ଆଜି ବହୁ ପ୍ରତିକ୍ଷିତ ଓସିଏ ନିର୍ବାଚନ । ବିଭିନ୍ନ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୧୦ଜଣ ପ୍ରାର୍ଥୀ, ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଭୋଟର Kanak News

କନକ ବ୍ୟୁରୋ : ଆଜି ବହୁ ପ୍ରତିକ୍ଷିତ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ସାଢ଼େ ୯ଟାରୁ ଗେଟ୍ ଖୋଲାଯିବା ପରେ ଦିନ ସାଢ଼େ ୧୧ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ହେବା ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ପ୍ରଥମ ଥର ପାଇଁ ଗୋଟିଏ ଲେଖାଏ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନିରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।

from Kanak News https://ift.tt/2nGuP2k https://ift.tt/2lzH544
No comments: