ଜାତିସଂଘ ଜଳବାୟୁ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ । କହିଲେ, ଭାରତରେ ଖୁବଶୀଘ୍ର ପ୍ଲାଷ୍ଟିକ ଉପରେ ପଡିବ ପୂର୍ଣ୍ଣଚ୍ଛେଦ Kanak News

କନକ ବ୍ୟୁରୋ : ନ୍ୟୁୟର୍କରେ ଜାତିସଂଘ ଜୟବାୟୁ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଶ୍ୱନେତାଙ୍କୁ ମୋଦି କହିଛନ୍ତି, ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ସାରା ବିଶ୍ୱ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁନାହିଁ । ଏବେ ଆଉ କିଛି କହିବାର ସମୟ ନାହିଁ , କାମ କରିବାର ବେଳ ଆସିଛି । ଜଳବାୟୁ ସଙ୍କଟର ମୁକାବିଲା ଦିଗରେ ଭାରତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଥିବା ଦର୍ଶାଇ ମୋଦି କହିଛନ୍ତି, ଆମେ ୧୫ କୋଟି ପରିବାର ପାଇଁ ସ୍ୱଚ୍ଛ ଜାଳେଣି ଗ୍ୟାସ ସଂଯୋଗ କରିଛୁ ।

from Kanak News https://ift.tt/2mecuZG https://ift.tt/2mkVhO7
No comments: