ନୂଆ ଟ୍ରାଫିକ ନିୟମ : ୩ ମାସ ମଧ୍ୟରେ ସବୁ ସୁବିଧା ଯୋଗାଇ ଦେବାକୁ ଆରଟିଓ ଓ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ Kanak News

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଅସନ୍ତୋଷ ବଢ଼ିବାରୁ ସମସ୍ତ ଆବଶ୍ୟକୀୟ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ତିନି ମାସ ସମୟ ଦେଇଥିଲେ। ଏବେ ଗାଡ଼ି ସମ୍ପର୍କିତ ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଆରଟିଓ , ପ୍ରଦୂଷଣ ଯାଞ୍ଚ କେନ୍ଦ୍ର, ଇନସ୍ୟୁରାନ୍ସ ଅଫିସ ନିକଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମୁଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆରଟିଓ ଓ ପୁଲିସ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଲୋକମାନେ ଏହି ତିନି ମାସରେ ଯେପରି ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବେ ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଅ। ତିନି ମାସ ପରେ ଯେପରି କେହି ଡକୁମେଣ୍ଟ ନାହିଁ ବୋଲି କହିବେନି।

from Kanak News https://ift.tt/2mMerwR https://ift.tt/2mR8ePX
No comments: