ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ସ୍ମୃତିରେ ଆସନ୍ତାକାଲି ବିଜେପି ଶୋକସଭା ଆୟୋଜନ କରିବ। ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଅପରାହ୍ନ ୪ଟାରେ ଏହି ଶୋକ ସଭା ଆରମ୍ଭ ହେବ।
ଏହି ଶୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଦଳୀୟ କର୍ମୀ ଅନ୍ୟାନ୍ୟ ଦଳର ନେତା, ବିଭିନ୍ନ ଦେଶର କୂଟନୀତିଜ୍ଞ, ନେତାମାନେ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ସୁଷମା ସ୍ୱରାଜଙ୍କର ନିଧନ ହୋଇଥିଲା। ରାତି ୯ଟା ସମୟରେ ହୃଦଘାତର ଶିକାର ହେବା ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ୭ ତାରିଖ ଦିନ ଦିଲ୍ଲୀ ସ୍ଥିତ ଲୋଧିରୋଡ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
୬୭ ବର୍ଷୀୟ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
from OTV Khabar. https://ift.tt/2KH63XK
No comments: