ଭୁବନେଶ୍ବର ୧୨/୮: ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ। ବିଶେଷ କରି ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ।
ଗତକାଲି ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା,କେନ୍ଦୁଝର, ନବରଙ୍ଗପୁର, ବଲାଙ୍ଗିର ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଆଜି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ୧୨ରୁ ୧୪ ତାରିଖ ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୧ ପ୍ରତିଶତ କମ୍ ବର୍ଷା ହୋଇଛି।
from Prameya News7 https://ift.tt/2YZtlNm
ଆଜିଠୁ ବଢ଼ିବ ବର୍ଷାର ପରିମାଣ : ୧୪ ତାରିଖ ଯାଏଁ ବର୍ଷା
Reviewed by SUBHENDU BARAL
on
August 11, 2019
Rating:
No comments: