ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା; ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ Rajalaxmi Sahoo

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ଦକ୍ଷିଣ ଭାରତର ୪ ରାଜ୍ୟ-ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କେବଳ ମୃତ୍ୟୁ ସଂଖ୍ୟା ୭୯କୁ ଛୁଇଁଛି। ଗତକାଲି କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।  ଓ୍ୱାୟନାଡ୍‌ ଓ ମଲ୍ଲାପୁରମ୍‌ରେ ବଡ ଧରଣର ମାଟି ଅତଡା ଧସି ଯିବା ଫଳରେ ମାଟି ଅତଡ଼ା ତଳେ ୪୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କର ମଧ୍ୟରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଅନ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବନ୍ୟାରେ କେରଳର ଓ୍ୱାୟନାଡ୍‌, ଇଡୁକି, ମଲପୁରମ, କୋଝିକୋଡ ସର୍ବାଧିକ ପ୍ରଭାବିତ ହୋଇଛି।କେରଳର ୧୪ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରାଯିବା ସହ ଏହି ସମସ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୬୪ ହଜାରରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ମହାରାଷ୍ଟ୍ରରେ ୩୦ଜଣ ଓ କର୍ଣ୍ଣାଟକରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ସାଙ୍ଗଲି, କୋହ୍ଲାପୁର, ସୋଲାପୁର, ପୁଣେ ଓ ସତାରାରେ ଫସିଥିବା ୨ ଲକ୍ଷ ୮୫ ହଜାରରୁ ଅଧିକ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

କର୍ଣ୍ଣାଟକରେ ୪୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୬ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରିଲିଫ କ୍ୟାମ୍ପରେ ରଖାଯାଇଛି। ତାମିଲନାଡୁର କୋଏମ୍ବାଟୁରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଥେନୀ, ତିରୁନେଭେଲି ଓ କନ୍ୟାକୁମାରୀରେ ବି ପ୍ରବଳ ବର୍ଷା ହୋଇଛି। ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସେନା, ନୌସେନା  ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।



from OTV Khabar. https://ift.tt/2TkYuK1
ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା; ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ Rajalaxmi Sahoo ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା; ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ Rajalaxmi Sahoo Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.