ଭୁବନେଶ୍ୱର: ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡା ନ ଥିଲା। ପ୍ୟାଣ୍ଟ୍ ବଦଳରେ ଗାମୁଛା ପିନ୍ଧୁଥିଲେ। ସ୍କୁଲରେ ଦିଆ ଯାଉଥିବା ମକା ଖିରି ଖାଇବା ପାଇଁ ଲାଇନରେ ଛିଡା ହେଉଥିଲେ। ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡା ଧରିଲେ। ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି।
ବାଲେଶ୍ୱରର ଅବଦୁଲ ଅମିନ ଖାନ୍ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍’। ଖ୍ୱାଜା ଗରିବ୍ ନୱାଜ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରମୁଖ ଭୂମିକାରେ ଅଛନ୍ତି ଓଲିଉଡ ଷ୍ଟାର ଅରିନ୍ଦମ ଓ ଶିବାନୀ। ଏହି ଫିଲ୍ମରେ ମିହିର ଦାସଙ୍କୁ ମଧ୍ୟ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିବ।
ବବି ମିଶ୍ର, ମନୋଜ ମିଶ୍ର, ବିଦୁସ୍ମିତା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ। ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଥିବା ବେଳେ ଚଳିତ ବର୍ଷ ଦଶହରାରେ ଏହି ଫିଲ୍ମ ରିଲିଜ୍ ହେବ।
from OTV Khabar. https://ift.tt/2MadaLq
No comments: