ଅନ୍ଧବିଶ୍ୱାସ କୁହନ୍ତୁ ବା ଇଶ୍ୱରଙ୍କ ପ୍ରତି ଗଭୀର ବିଶ୍ୱାସ: ଠାକୁରାଣୀଙ୍କ ମୂର୍ତ୍ତି ଧରି ଫେରିଲା ଚୋର, ଧରାଇ ଦେଲା ମା’ ଭୈରବୀଙ୍କ ପବିତ୍ର ବାଡି ! Kanak News

କନକ ବ୍ୟୁରୋ: ଠାକୁରାଣୀଙ୍କ ମୂର୍ତ୍ତି ଧରି ଫେରିଲା ଚୋର । ଗାଁ ରାସ୍ତାରେ ନିଜେ ମାଆ ଭୈରବୀଙ୍କ ମୂର୍ତ୍ତି ଧରି ଚାଲି ଚାଲି ଆସିଲା ଚୋର । ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିର ଖଇରପୁଟ ସ୍ଥିତ ଗୁଣୁପୁର ଗାଁରେ । ଅନ୍ଧବିଶ୍ୱାସ କୁହନ୍ତୁ ବା ଠାକୁରାଣୀଙ୍କ ଉପରେ ଗଭୀର ବିଶ୍ୱାସ, ମାଆଙ୍କ ମୂର୍ତ୍ତି ଚୋରକୁ ଧରିବା ପାଇଁ ପାରମ୍ପରକି ପଦ୍ଧତି ଆପଣାଇଥିଲେ ସ୍ଥାନୀୟ ବାସିନ୍ଦା । ମାଆ ଭୈରବୀଙ୍କ ମୂର୍ତି ଚୋରି ହୋଇଯିବା ପରେ ଥାନାରେ ମାମଲା କରିଥିଲେ ।
ହେଲେ ପୋଲିସ ଚୋରକୁ ଧରିପାରି ନଥିଲା । ଆଉ ଶେଷରେ ମୂର୍ତ୍ତି ଚୋରକୁ ଧରିବା ପାଇଁ ମାଆଙ୍କ ଲାଠିର ସାହାରା ନେଇଥିଲେ ଶ୍ରଦ୍ଧାଳୁ । ଲୋକଙ୍କ କହିବା କଥା ହେଲା ମାଆଙ୍କୁ ଅଧିଆ ପଡିବା ପରେ ମାଆଙ୍କ ଲାଠି ବା ପବିତ୍ର ବାଡି ହିଁ ଚୋରକୁ ଧରାଇବାରେ ସହାୟତା କରିଥିଲା । ଏପରିକି ମାଆ ନିଜେ ଚୋରକୁ ସ୍ୱପ୍ନରେ ଦେଖାଦେଇ ମୂର୍ତ୍ତି ଫେରାଇ ଦେବାକୁ କହିଥିଲେ ବୋଲି ଲୋକେ କହିଛନ୍ତି । ଏହାପରେ ଲୋକଙ୍କ ଥାଟ ପଟୁଆର ଚୋର ଘରକୁ ଛୁଟିଥିଲା । ଆଉ ତାକୁ ନିଜେ ବୋହି ବୋହି ନେଇ ମାଆଙ୍କ ମୂର୍ତ୍ତିକୁ ପୁଣି ମନ୍ଦିରରେ ରଖିବାକୁ ଲୋକେ ବାଧ୍ୟ କରିଥିଲେ ।
ଆଉ ତା ପରେ ଯେତେବେଳେ ଚୋର ଘରଠାରୁ ମାଆ ଭୈରବ ଦେବୀଙ୍କ ମନ୍ଦିର ଯାଏଁ ଚୋରି କରିଥିବା ମୂର୍ତ୍ତିକୁ ବୋହି ବୋହି ନେଇ ପହଂଚିଥିଲା ଖୋଦ ଚୋର । ଦୀର୍ଘ ୮ କିଲୋମିଟର ରାସ୍ତା ଚାଲି ଚାଲି ପହଞ୍ଚିଥିଲେ ମାଆଙ୍କ ମନ୍ଦିରରେ । ଏଭଳି ଅଲୌକିକ ଘଟଣା ପରେ ସ୍ଥାନୀୟ ଲୋକଙ୍କ ମାଆ ଭୈରବୀଙ୍କ ଉପରେ ବିଶ୍ୱାସ ଆହୁରି ଗଭୀର ହୋଇଛି । ମାଆ ନିଜେ ନିଜ ଠିକଣା ଦେଇଥିବା ଲୋକେ କହୁଛନ୍ତି ।
from Kanak News https://ift.tt/31AH7rP https://ift.tt/2Ko21Vc


No comments: