ଅହମଦାବାଦ: ଗୁଜରାଟର ନଭସାରୀ ଜିଲ୍ଲା ମହୁଭା ଗାଁରେ ବନ୍ୟା ଘେରରେ ଫସିଥିବା ୩୨ଜଣ ଶ୍ରମିକଙ୍କୁ ଗତକାଲି ବାୟୁସେନା ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରୁ ୩୦ଜଣ ଓଡ଼ିଶାର। ଲଗାଣ ବର୍ଷା ଯୋଗୁ ଏମାନେ ସମସ୍ତେ ଫସି ରହିଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତ ଚାରି ଦିନ ଧରି ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ଅସହାୟ ଅବସ୍ଥାରେ ଏମାନେ ମହୁଭା ଗାଁରେ ଫସିକି ରହିଥିଲେ। ଏହି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଜିଙ୍ଗା ଜଳାଶୟରେ କାମ କରୁଥିବା ଏହି ୩୨ ଜଣ ଶ୍ରମିକ ବନ୍ୟା ପାଣିରେ ଫସି ଯାଇଥିଲେ।
ଫସି ରହିଥିବା ଶ୍ରମିକମାନେ ଖାଦ୍ୟ ଓ ପିଇବା ପାଣି ପାଇଁ ନଭସାରୀ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଥିଲେ। ଏରିଏଲ୍ ସର୍ଭେ ମାଧ୍ୟମରେ ସେମାନେ ଫସି ରହିଥିବା ସ୍ଥାନକୁ ଠାବ କରି ବାୟୁସେନାର ଏକ ହେଲିକପ୍ଟର ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସେମାନଙ୍କୁ ସୁରତ ବିମାନ ବନ୍ଦର ଅଣାଯାଇଥିଲା। ସେଠାରେ ସେମାନଙ୍କୁ ଖାଦ୍ୟ ଓ ପିଇବା ପାଣି ପ୍ରଦାନ କରାଯାଇଥିଲା।
from OTV Khabar. https://ift.tt/2GMU61j
ଗୁଜରାଟରେ ବନ୍ୟା ଘେରରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଉଦ୍ଧାର Rajalaxmi Sahoo
Reviewed by SUBHENDU BARAL
on
August 04, 2019
Rating:
No comments: