ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଟ୍ରେନ୍ରୁ ଗଞ୍ଜେଇ ବସ୍ତା ଖସି ପଡ଼ିବା ଫଳରେ ୩ଜଣ ଗ୍ୟାଙ୍ଗମ୍ୟାନ୍ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର-ଢେଙ୍କାନାଳ ମୁଖ୍ୟ ରେଲ୍ୱେ ଷ୍ଟେସନ ମଝିରେ ଥିବା କଇଁଥପୋଲିଆ ନିକଟରେ ଏହି ଘଟଣା ଘଟିଛି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଅନୁସାରେ, ଆଜି ଭୋର ସମୟରେ ସମ୍ବଲପୁର-ହାଓ୍ବଡା ଏକ୍ସପ୍ରେସ୍ ଟ୍ରେନ୍ ଆସୁଥିବା ଦେଖି ଲାଇନ୍ ମରାମତି କରୁଥିବା ଗ୍ୟାଙ୍ଗମ୍ୟାନ୍ ପାଖେଇ ଯାଇଥିଲେ। ଏହି ସମୟରେ ଟ୍ରେନ୍ରୁ କେହି ଦୁର୍ବୃତ୍ତ ୪ ବସ୍ତା ଗଞ୍ଜେଇ ହଠାତ୍ ବାହାରକୁ ଫିଙ୍ଗି ଦେଇଥିଲେ। ଫଳରେ ତାହା ଗ୍ୟାଙ୍ଗମ୍ୟାନ୍ଙ୍କ ଉପରେ ପଡିଥିଲା। ଏଥିରେ ୩ଜଣ ଗ୍ୟାଙ୍ଗମ୍ୟାନ୍ ଆହତ ହୋଇଥିଲେ।
୪ଟି ବସ୍ତାରେ ମୋଟ୍ ୧ କ୍ୱିଣ୍ଟାଲ୍ ଗଞ୍ଜେଇ ଥିବା ସୂଚନା ମିଳିଛି। କେହି ଗଞ୍ଜେଇ ଚୋରାଚାଲାଣକାରୀ ହଠାତ୍ ବସ୍ତା ଗୁଡିକୁ ଟ୍ରେନ୍ରୁ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ରେଲ୍ୱେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from OTV Khabar. https://ift.tt/2ZRMnXn
No comments: