ଆଜି ଶ୍ରାବଣର ଶେଷ ସୋମବାର: ରାଜ୍ୟର ବିଭିନ୍ନ ଶୈବପୀଠରେ ଚାଲିଛି ପୂଜାର୍ଚ୍ଚନା Kanak News

କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ଶେଷ ସୋମବାର । ଦେଶ ଓ ତଥା ରାଜ୍ୟର ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ପୂଜାର୍ଚ୍ଚନା ପାଇଁ ଗହଳି ବଢୁଛି । ଜଳାଭିଷେକ କରିବା ପାଇଁ କାଉଡିଆଙ୍କ ଭିଡ ।  ଚାରି ପାଳି ଧରି ଜଳାଭିଷେକ କରିଆସୁଥିବା କାଉଡିଆଙ୍କର ଆଜି ଶେଷ ଦିନ । ରାଜ୍ୟର ଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, କପିଳାସ, ଲୋକନାଥ, ଗୋରେଖନାଥ, ଲଡୁବାବା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ବେଲପତ୍ର, ଅରୁଆ ଚାଉଳ, ଦୁଦୁରା ଫୁଲ, ନଡିଆ ଲାଗି କରି ଭୋଲାବାବାଙ୍କୁ ପୂଜାର୍ଚ୍ଚନା କରାଯାଉଛି ।

ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ କୋଟି ପୂଣ୍ୟ ମିଳିଥାଏ ।ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥ ପୀଠ ସମେତ ରାଜ୍ୟର ଅନ୍ୟ ଶୈବପୀଠଗୁଡିକରେ ଲାଗିଛି କାଉଡିଆଙ୍କ ଭିଡ । ସେହିଭଳି କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।



from Kanak News https://ift.tt/2MeSQZa https://ift.tt/2KtMaUZ
ଆଜି ଶ୍ରାବଣର ଶେଷ ସୋମବାର: ରାଜ୍ୟର ବିଭିନ୍ନ ଶୈବପୀଠରେ ଚାଲିଛି ପୂଜାର୍ଚ୍ଚନା Kanak News ଆଜି ଶ୍ରାବଣର ଶେଷ ସୋମବାର: ରାଜ୍ୟର ବିଭିନ୍ନ ଶୈବପୀଠରେ ଚାଲିଛି ପୂଜାର୍ଚ୍ଚନା Kanak News Reviewed by SUBHENDU BARAL on August 11, 2019 Rating: 5

No comments:

Powered by Blogger.