ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି।
ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି।
ବିଜେପି ସଦ୍ୟସତା ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଶିବରାଜସିଂହ ଚୌହାନ ଓଡ଼ିଶା ଗସ୍ତରେ ଆସିଛନ୍ତି।
ମିଶନ ୧୨୦ ପ୍ଲସ୍ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପି ଯୋଜନା ଆରମ୍ଭ କରିଛି। ଫୋକସ୍ରେ ରହିବ ନିର୍ବାଚନରେ କମ୍ ଭୋଟ୍ ମିଳିଥିବା ବୁଥ୍। ଏସବୁ ବୁଥ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ରଣନୀତି କରାଯିବ। ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶିବରାଜ ସିଂହ ଗତକାଲି ଏ ନେଇ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ମିଶନ ୧୨୦ ପ୍ଲସ୍ ଫେଲ୍ ପରେ ବିଜେପିର ଶକ୍ତି ବୃଦ୍ଧି ଯୋଜନା
from OTV Khabar. https://ift.tt/2KFLtac
Reviewed by SUBHENDU BARAL
on
August 10, 2019
Rating:
No comments: