ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ Rajalaxmi Sahoo

ସୋର: ସ୍ତ୍ରୀକୁ ପୋଡ଼ି ମାରିବା ପରେ ନିଜେ ବିଷ ପିଇଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ମହିଳା ହେଲେ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ନୂଆପୁର ଗାଁର ନୀଳାମ୍ବର ବାରିକଙ୍କ ପତ୍ନୀ ସାବିତ୍ରୀ ବାରିକ।

ଅଭିଯୋଗ ଅନୁସାରେ, ନୀଳାମ୍ବର ଓ ସାବିତ୍ରୀ ଅରଳା ସ୍ଥିତ ତାଙ୍କ ଚାଷ ଜମିରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୀଳାମ୍ବର, ସାବିତ୍ରୀଙ୍କୁ ପାଳଗଦାରେ ପକାଇ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ନିଜେ କୀଟନାଶକ ପିଇ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ଓ ପତ୍ନୀଙ୍କୁ ହତ୍ୟା କରିଥିବା କଥା କହିଥିଲେ।

ନୀଳାମ୍ବରଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

ପୁଲିସ୍ ଘଟଣାର ତଦନ୍ତ କରୁଛି।



from OTV Khabar. https://ift.tt/2KGAEV7
ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ Rajalaxmi Sahoo ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ Rajalaxmi Sahoo Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.