ଆମେରିକାର ଏକ ସପିଂ ମଲ୍‌ରେ ଗୁଳିକାଣ୍ଡ; ୨୦ ମୃତ Rajalaxmi Sahoo

ଏଲ୍‌ ପାସୋ: ଆମେରିକାର ଟେକ୍ସାସ ସ୍ଥିତ ଏକ ୱାଲ୍‌ମାର୍ଟ ସପିଂ ମଲ୍‌ରେ ଗୁଳିକାଣ୍ଡ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗତକାଲି ଏହି ଗୁଳିକାଣ୍ଡ ହୋଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶନିବାର ଅବସରରେ ସପିଂ ପାଇଁ ଭିଡ଼ ଲାଗିଥିବା ବେଳେ ଜଣେ ଶ୍ୱେତବର୍ଣ୍ଣ ଯୁବକ ଟେକ୍ସାସ ସ୍ଥିତ ଏଲ୍‌ ପାସୋରେ ଥିବା ଏକ୍‌ ୱାଲ୍‌ମାର୍ଟ ସପିଂ ମଲ୍‌ରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲା।

ତେବେ ଗୁଳିକାଣ୍ଡ କାରଣ ପଛରେ ବର୍ଣ୍ଣ ବୈଷମ୍ୟ ନା ଆଉ କିଛି ଏନେଇ ଟେକ୍ସାସ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ଆଖିବୁଜା ଗୁଳି କରିବା ପରେ ଡଲାସର ଆଲେନ୍‌ ଅଞ୍ଚଳର ଜଣେ ୨୧ ବର୍ଷୀୟ ଶ୍ୱେତବର୍ଣ୍ଣ ଯୁବକ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକ ଆତ୍ମସମର୍ପଣ କରିବା ପରେ ପୁଲିସ୍‌ ତାକୁ ଜେରା କରୁଛି।

ଅନ୍ୟପକ୍ଷରେ ଗୁଳିକାଣ୍ଡ ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସ ଗଭର୍ଣ୍ଣରଙ୍କୁ ଟ୍ୱିଟ୍‌ କରିଛନ୍ତି।ଏଭଳି ଆକ୍ରମଣକୁ ସେ ତୀବ୍ର ନିନ୍ଦା କରିଛନ୍ତି।

ସୂଚନାଥାଉ କି, ଗତ ସପ୍ତାହରେ କାଲିଫର୍ଣ୍ଣିଆର ୱାଲ୍‌ମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ହୋଇଥିଲା।



from OTV Khabar. https://ift.tt/2LW6vnX
ଆମେରିକାର ଏକ ସପିଂ ମଲ୍‌ରେ ଗୁଳିକାଣ୍ଡ; ୨୦ ମୃତ Rajalaxmi Sahoo ଆମେରିକାର ଏକ ସପିଂ ମଲ୍‌ରେ ଗୁଳିକାଣ୍ଡ; ୨୦ ମୃତ Rajalaxmi Sahoo Reviewed by SUBHENDU BARAL on August 03, 2019 Rating: 5

No comments:

Powered by Blogger.