ସୋନିଆଙ୍କ ସାହାରାରେ କଂଗ୍ରେସ Rajalaxmi Sahoo

ନୂଆଦିଲ୍ଲୀ: ପୁଣି ଥରେ ଗାନ୍ଧି ପରିବାର ହାତରେ କଂଗ୍ରେସ। ଗତକାଲି ବସିଥିବା କଂଗ୍ରେସ ୱାର୍କିଂ କମିଟିର ଘନ ଘନ ବୈଠକ ପରେ ପୁଣି ଥରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷା ହୋଇଛନ୍ତି।ଏଥର ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ସୋନିଆ ଏହି ଦାୟିତ୍ୱରେ ରହିବେ।

କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ବରିଷ୍ଠ ନେତାମାନେ ନିବେଦନ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଏନେଇ ରାହୁଲ ଅମଙ୍ଗ ହେବାରୁ ସୋନିଆଙ୍କ ଉପରେ କଂଗ୍ରେସ ୱାର୍କିଂ କମିଟି ଆସ୍ଥା ପ୍ରକଟ କରିଛି।

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଦଳର ମଙ୍ଗ ଗାନ୍ଧି ପରିବାର ବାହାର ବ୍ୟକ୍ତି ଧରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଏଥର ଗାନ୍ଧି ପରିବାରର ନୁହେଁ ବରଂ ଅନ୍ୟ କେହି ଯୁବ ଚେହେରାକୁ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ନେଇ କଳ୍ପନାଜଳ୍ପନା ମଧ୍ୟ ଲାଗି ରହିଥିଲା।

ଗତକାଲି ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି କଂଗ୍ରେସ ମୁଖ୍ୟାଳୟରେ ବୈଠକ ବସିଥିଲା।



from OTV Khabar. https://ift.tt/2ZQisPq
ସୋନିଆଙ୍କ ସାହାରାରେ କଂଗ୍ରେସ Rajalaxmi Sahoo ସୋନିଆଙ୍କ ସାହାରାରେ କଂଗ୍ରେସ Rajalaxmi Sahoo Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.