ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ ୭ଜିଲ୍ଲା ଏସପିଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ବିଚଳିତ ପାକିସ୍ତାନ ଜଳଭାଗ ଦେଇ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀ‌‌ରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ ୭ଜିଲ୍ଲା ଏସ୍‌ପିଙ୍କୁ ସଜାଗ ରହିବା ପାଇଁ ରେଲୱେ ପୁଲିସ ଓ କୋଷ୍ଟାଲ୍‌ ସିକ୍ୟୁରିଟି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ବ୍ରହ୍ମପର ଓ ଗଞ୍ଜାମ ଆଦି ଜିଲ୍ଲାର ଏସ୍‌ପି ଓ ଏହି ଜିଲ୍ଲାଗୁଡ଼ିକରେ ଥିବା ୧୮ଟି ମେରାଇନ୍‌ ଥାନାକୁ ସଜାଗ ରହିବାକୁ କୁହାଯାଇଛି । କୋଷ୍ଟାଲ ପାଟ୍ରୋଲିଂ, ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଯଦି କୌଣସି ସନ୍ଦିଗ୍ଧ ନଜରକୁ ଆସିବେ, ତାଙ୍କୁ ଜେରା କରିବା ପାଇଁ କୁହାଯାଇଛି ।

ସେହିପରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀଙ୍କ ସମସ୍ତ ତଥ୍ୟ ରଖିବାକୁ କୁହାଯାଇଛି। ସେମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ବୁଝା ଯାଇଛି। ଯଦି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ଦେଖନ୍ତି ବା କୌଣସି ବ୍ୟକ୍ତି ଉପରେ ସନ୍ଦେହ ସୃଷ୍ଟି ହୁଏ, ତୁରନ୍ତ ପୁଲିସକୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି। ଦୁଇ ଦିନ ପୂର୍ବରୁ ବିମାନବନ୍ଦର, ରେଳ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡଗୁଡ଼ିକରେ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା।



from Kanak News https://ift.tt/2YM31LP https://ift.tt/2MVhDRy
ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ ୭ଜିଲ୍ଲା ଏସପିଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ Kanak News ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ ୭ଜିଲ୍ଲା ଏସପିଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ Kanak News Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.