ରାଇରଙ୍ଗପୁର( ରାଜେଶ ଶର୍ମା) : ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ।
ଅଭିଯୋଗ ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁର ଦୀନବନ୍ଧୁ ମାଝୀଙ୍କ ଗର୍ଭବତୀ ପତ୍ନୀ ଖୁଦୀ ମୁର୍ମୁଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଉପଖଣ୍ଡ ଚିକିତ୍ସାୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପାଇଁ ସେଠାରେ ୧ ହଜାର ଟଙ୍କା ଡାକ୍ତର ଲାଞ୍ଚ ମାଗିଥିଲେ। ଟଙ୍କା ନଦେବାରୁ ଏମିତିକି ମହିଳାଙ୍କୁ ଡିସଚାର୍ଜ ବି କରାଯାଇନଥିଲା ।
ପରେ ଏନେଇ ଡାକ୍ତଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଏସଡିଏମଓ କହିଛନ୍ତି, ଏପରି କିଛି ଅଭିଯୋଗ ଆସିନି
from OTV Khabar. https://ift.tt/2yzLSp6
ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ଅଭିଯୋଗ Pradesh Pratyush
Reviewed by SUBHENDU BARAL
on
August 02, 2019
Rating:
No comments: