ପୁଣିଥରେ ସକ୍ରିୟ ଚିଟ୍‌ଫଣ୍ଡ ସଂସ୍ଥା ; ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ Pradesh Pratyush

ବାଲେଶ୍ୱର ( ରଶ୍ମୀ ରଂଜନ ଦାସ) :  କିଛି ବର୍ଷର ଶାନ୍ତ ପରିବେଶ ପରେ ବାଲେଶ୍ୱର ସହରରେ ପୁଣିଥରେ ସକ୍ରିୟ ହୋଇ ଉଠିଛି ଚିଟ୍‌ଫଣ୍ଡ ସଂସ୍ଥା। ବିଭିନ୍ନ ନେଟ୍ଓ୍ୱର୍କିଂ ସଂସ୍ଥା ଭିନ୍ନ ଭିନ୍ନ ପ୍ରଲୋଭନ ଦେଖାଇ ଏବେବି ସହରର ଗଳକନ୍ଦିରେ ବିନା ସାଇନ୍ ବୋର୍ଡରେ ଚିଟ୍ ଫଣ୍ଡ କାରବାର ଚଳାଇଥିବା ଅଭିଯୋଗ ହୋଇଛି।

ଚାକିରୀ ଓ ଅଧିକ ସୁଧ ଲୋଭର ଶିକାର ହୋଇଛନ୍ତି ମହିଳା। ଅଭିଯୋଗ ଅନୁସାରେ କିଛି ମାସ ତଳେ ନ୍ୟାସନାଲ ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାପାଇଁ ମାର୍କେଟିଂ ମ୍ୟାନେଜର ନିଯୁକ୍ତି ପାଇଁ ବିଜ୍ଞାପନ ଛାପିଥିଲା। ଯେଉଁଥିରେ ସାଇନା ବିବି ଚାକିରୀ କରିବା ସହ ନିଜେ ମଧ୍ୟ କିଛି ଟଙ୍କା ଡିପୋଜିଟ୍ କରିଥିଲେ। ସଂସ୍ଥାର ଲୋଭନୀୟ ଅଫର ଥିଲା ଦିନ ୧୨ଟା ସୁଦ୍ଧା ଯେତେ ଟଙ୍କା ଡିପୋଜିଟ୍ କରିବେ ଅପରାହ୍ନ ୪ଟାରେ ୨ପ୍ରତିଶତ ଅଧିକ ସୁଧ ହାରରେ ଟଙ୍କା ପାଇବେ  ଅର୍ଥାତ ଜଣେ ଲକ୍ଷେ ଟଙ୍କା ଡିପୋଜିଟ୍ କଲେ ପାଇବେ ଲକ୍ଷେ ୨ହଜାର ଟଙ୍କା ।

ବିନା ସାଇନ୍ ବୋର୍ଡରେ ସଂସ୍ଥା ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜରେ ଏକ ଅଫିସ ଖୋଲିଥିବାବେଳେ, ଏହାର ଶିକାର ହୋଇଥିଲେ ନୀରିହ ସହରବାସୀ; ମାତ୍ର ୧୦ରୁ ୧୨ଦିନ ଅଫିସ ଖୋଲି ସଂସ୍ଥା ପାଖାପାଖି ୫୦ଲକ୍ଷ ଟଙ୍କା ଠକି ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି।

ସଂସ୍ଥାର ଲୋଭନୀୟ ଅଫର ଥିଲା ଦିନ ୧୨ଟା ସୁଦ୍ଧା ଯେତେ ଟଙ୍କା ଡିପୋଜିଟ୍ କରିବେ ଅପରାହ୍ନ ୪ଟାରେ ୨ପ୍ରତିଶତ ଅଧିକ ସୁଧ ହାରରେ ଟଙ୍କା ପାଇବେ  ଅର୍ଥାତ ଜଣେ ଲକ୍ଷେ ଟଙ୍କା ଡିପୋଜିଟ୍ କଲେ ପାଇବେ ଲକ୍ଷେ ୨ହଜାର ଟଙ୍କା ।

ଏହି ଘଟଣା ପରେ ନ୍ୟାସନାଲ ପୋର୍ଟ ଟ୍ରଷ୍ଟ ପ୍ରାଇଭେଟ ଲିମିଟେଡ୍ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ସବୁଠାରୁ ବଡ କଥା ହେଲେ ସଂପୃକ୍ତ ବ୍ୟକ୍ତି ଏବଂ କଂପାନୀ ବିରୋଧରେ ସେଭଳି କିଛି ଠୋସ୍ ପ୍ରମାଣ ନଥିବା ପୁଲିସ କହିଛି।

କିଛି ବର୍ଷ ତଳେ କେବଳ ବାଲେଶ୍ୱରରୁ ଦେଢଶହରୁ ଅଧିକ ଚିଟଫଣ୍ଡ ସଂସ୍ଥା ବିଭିନ୍ନ ପ୍ରଲୋଭନ ଦେଖାଇ ପାଖାପାଖି ହଜାର କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ।  ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ଏହି ଚିଟ୍ ଫଣ୍ଡ କେଳେଙ୍କାରୀର ଶିକାର ହୋଇଥିଲେ।



from OTV Khabar. https://ift.tt/2KtmBn2
ପୁଣିଥରେ ସକ୍ରିୟ ଚିଟ୍‌ଫଣ୍ଡ ସଂସ୍ଥା ; ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ Pradesh Pratyush ପୁଣିଥରେ ସକ୍ରିୟ ଚିଟ୍‌ଫଣ୍ଡ ସଂସ୍ଥା ; ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ Pradesh Pratyush Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.