କୋରାପୁଟ: ରାଜ୍ୟରେ ବଢ଼ି ଚାଲିଛି ଲାଞ୍ଚ ଓ ଲାଞ୍ଚୁଆଓ ଅଫିସର୍ଙ୍କ ସଂଖ୍ୟା। ପ୍ରାୟ ସବୁ ଲେବୁଲ୍ରେ ପିସି କାରବାରରେ ଚାଲିଛି କାମ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ସିଡିପିଓ ସୁରମା ସେଠ୍। ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ କିଟ୍ କିଣା ବାବଦକୁ ପ୍ରତି ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ୫ ଶହ ଟଙ୍କା ଲେଖାଏ ଲାଞ୍ଚ ନେଇଥିବା ସଙ୍ଗୀନ ଅଭିଯୋଗ ତାଙ୍କ ନାଁରେ ଆସିଛି।
ସୁରମା କିଛି ଦିନ ତଳେ କୋଟପାଡ଼ ଗିର୍ଲାଠାରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ସିଧାସଳଖ ଟଙ୍କା ନେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗିର୍ଲାରେ ଆୟୋଜିତ ଅଙ୍ଗନଓ୍ୱାଡ଼ି କର୍ମୀ ବୈଠକରେ ସେ ମୋଟ ୨୬ ଜଣ କର୍ମୀଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।
ଏ ନେଇ କୋଟପାଡ଼ର ଅଙ୍ଗନଓ୍ୱାଡ଼ି କର୍ମୀମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେପଟେ ସିଡିପିଓ ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ଟଙ୍କା ନେଇ ନିଜ ଭାନିଟି ବ୍ୟାଗରେ ପୁରାଉ ଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲେ ବି ସେ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
from OTV Khabar. https://ift.tt/319805F
No comments: