ଇଜ୍ଜତ ନେଇଗଲା ଜୁଆଖେଳ ! ଜୁଆଖେଳରେ ଟଙ୍କା , ସମ୍ପତ୍ତି ହାରିଯିବା ପରେ ସ୍ତ୍ରୀକୁ ବାଜି ଲଗାଇଦେଲା ସଇତାନ ସ୍ୱାମୀ , ଜୁଆରୀ ସାଥିମାନେ କଲେ ଗଣଦୁଷ୍କର୍ମ Kanak News

ମଦ ଏବଂ ଜୁଆ ନିଶାରେ ଥରେ ପଡିଲେ ସେଥିରୁ ବାହାରିବା କାଠିକର ପାଠ ହୋଇଯାଏ । ପ୍ରତିଦିନ ଆପଣ ଏମିତି ଖବର ସବୁବେଳେ ଶୁଣିଆସୁଥିବେ । ତେବେ ଏବେ ଯେଉଁ ଖବରଟି ଆପଣ ପଢିବେ ତାହା ଆପଣଙ୍କୁ ଥରେ ଭାବିବା ପାଇଁ ବାଧ୍ୟ କରିଦେବ ସେଥିରେ କୌଣସି ସନ୍ଦେହ ନାହିଁ । । ଉତ୍ତରପ୍ରଦେଶର ଜୋନପୁରର ଏହି ଘଟଣା । ଜୁଆରୀ ସ୍ୱାମୀ ଖେଳରେ ସବୁ କିଛି ହାରିଯିବା ପରେ ନିଜର ଅମୂଲ୍ୟ ସଂପଦ ପତ୍ନୀକୁ ମଧ୍ୟ ଖେଳରେ ଲଗାଇଦେଲା ଏବଂ ଦୁର୍ଭାଗ୍ୟବଶତଃ ହାରି ବି ଗଲା । ଏହା ପରେ ସ୍ୱାମୀର ଜୁଆରୀ ସାଙ୍ଗମାନେ ମହିଳାଙ୍କୁ ଘରୁ ଘୋଷାଡି ଆଣି ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କଲେ । ପୀଡିତା ମହିଳା ନ୍ୟାୟ ଆଶାରେ ପୋଲିସଫାଣ୍ଡିର କବାଟ ବାଡେଇଲେ କିନ୍ତୁ ତାଙ୍କ ଯନ୍ତ୍ରଣା ଆଇନର ରକ୍ଷକ କାନରେ ବି ପଡିଲା ନାହିଁ । ବାଧ୍ୟ ହୋଇ ପୀଡିତା ଅଦାଲତର ଦ୍ୱାରସ୍ତ ହେବାରୁ ଖବର ସାମ୍ନାକୁ ଆସିଥିଲା । କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ୍ କୁ ଗଣଦୁଷ୍କର୍ମ କେସ୍ କରିବାକୁ ଆଦେଶ ଦେଲେ ।

ଏହି ସମ୍ପୁର୍ଣ୍ଣ ମାମଲା ହେଉଛି ଜଫରାବାଦ୍ ଥାନାର । ପୀଡିତା ମହିଳାଙ୍କ ସ୍ୱାମୀ ଜୁଆଖେଳରେ ସମୟ ନଷ୍ଟ କରୁଥିଲେ । ଥରେ ଟଙ୍କା ଶେଷ ହେବାରୁ ସେ ନିଜ ସ୍ତ୍ରୀକୁ ହିଁ ଖେଳରେ ଲଗାଇଦେଲା । ଖେଳ ହାରିଯିବା ପରେ ସ୍ୱାମୀର ସାଙ୍ଗମାନେ ମହିଳାଙ୍କ ସହ ଖରାପ ବ୍ୟବହାର ଦେଖାଇଥିଲେ । ମହିଳା ଜଣକ ଏହାକୁ ସହ୍ୟ ନ କରି ପାରି ଜୁଆରୀ ମାନଙ୍କୁ ବାହାରୁ କବାଟ ଦେଇ ଘରେ ବସିଥିଲେ । କିନ୍ତୁ ସେତିକିରେ କଥା ରହିନଥିଲା । ଉତ୍ତ୍ୟକ୍ତ ଅପରାଧୀ କବାଟ ଭାଙ୍ଗି ମହିଳାଙ୍କୁ ଘରୁ ଭିଡିଆଣି ସ୍ୱାମୀ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ । ପୀଡିତା ଯେତେବେଳେ ଏନେଇ ଥାନାକୁ ଗଲେ ପୋଲିସ୍ ବାବୁ ତାଙ୍କ ଏତଲା ନେବାକୁ ମନା କରିଦେଲେ । ମାନସିକ ଚାପର ଶିକାର ହୋଇ ମହିଳା ନିଜ ବାପଘରେ ଦିନ କାଟୁଥିଲେ । ପରିବାର ଲୋକଙ୍କ ସହଯୋଗରେ ସେ କୋର୍ଟରେ ଏନେଇ ଅପିଲ୍ କରିଥିଲେ ।



from Kanak News https://ift.tt/2OAe7P1 https://ift.tt/2YkAkVL
ଇଜ୍ଜତ ନେଇଗଲା ଜୁଆଖେଳ ! ଜୁଆଖେଳରେ ଟଙ୍କା , ସମ୍ପତ୍ତି ହାରିଯିବା ପରେ ସ୍ତ୍ରୀକୁ ବାଜି ଲଗାଇଦେଲା ସଇତାନ ସ୍ୱାମୀ , ଜୁଆରୀ ସାଥିମାନେ କଲେ ଗଣଦୁଷ୍କର୍ମ Kanak News ଇଜ୍ଜତ ନେଇଗଲା ଜୁଆଖେଳ ! ଜୁଆଖେଳରେ ଟଙ୍କା , ସମ୍ପତ୍ତି ହାରିଯିବା ପରେ ସ୍ତ୍ରୀକୁ ବାଜି ଲଗାଇଦେଲା ସଇତାନ ସ୍ୱାମୀ , ଜୁଆରୀ ସାଥିମାନେ କଲେ ଗଣଦୁଷ୍କର୍ମ Kanak News Reviewed by SUBHENDU BARAL on August 01, 2019 Rating: 5

No comments:

Powered by Blogger.