ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ OTV KHABAR BUREAU

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ୍‌ ଖେଳାଯିବ।

ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିନିକିଆକୁ ଭାରତ ଜିତି

୧-୦ରେ ସିରିଜ୍ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ ଦିନିକିଆ ସିରିଜ ବିଜୟୀ ହେବ। ଅନ୍ୟପଟେ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ୍ ହାରିଥିବା କାରିବିଆନ ଟିମ୍‌ ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ।

ତେବେ ଆସନ୍ତା ୨୨ ତାରିଖରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି। ଏହାର ପ୍ରଥମ ଟେଷ୍ଟ ଆଣ୍ଟିଗୁଆରେ ଖେଳାଯିବ। ଏହାପରେ ଦ୍ୱିତୀୟ ତଥା ସିରିଜର ଶେଷ ଟେଷ୍ଟ ଆସନ୍ତା ୩୦ ଅଗଷ୍ଟରେ ଖେଳାଯିବ।



from OTV Khabar. https://ift.tt/2yUz3pv
ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ OTV KHABAR BUREAU ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ OTV KHABAR BUREAU Reviewed by SUBHENDU BARAL on August 13, 2019 Rating: 5

No comments:

Powered by Blogger.