ପ୍ରବଳ ବର୍ଷା ଯୋଗୁ ସ୍କୁଲ୍‌ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ OTV KHABAR BUREAU

ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଂଚଳରେ ବର୍ଷା ଲାଗି ରହିଛି। ପାଇକମାଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଆଶଙ୍କାରେ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡ଼ିଥିଲା। ବରଗଡ଼ ସହରର ବିଭିନ ସ୍ଥାନରେ ପାଣି ଜମି ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ବର୍ଷା ଯୋଗୁ ଗତକାଲି ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।



from OTV Khabar. https://ift.tt/2MfpJFd
ପ୍ରବଳ ବର୍ଷା ଯୋଗୁ ସ୍କୁଲ୍‌ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ OTV KHABAR BUREAU ପ୍ରବଳ ବର୍ଷା ଯୋଗୁ ସ୍କୁଲ୍‌ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ OTV KHABAR BUREAU Reviewed by SUBHENDU BARAL on August 13, 2019 Rating: 5

No comments:

Powered by Blogger.