ଉନ୍ନାଓ ପୀଡ଼ିତାଙ୍କୁ ୨୫ ଲକ୍ଷ ସହାୟତା ସହିତ ସିଆର୍ପିଏଫ୍ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ OTV KHABAR BUREAU
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଆସନ୍ତାକାଲି ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ଓ ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତା’ସହ ଦୁଷ୍କର୍ମ ଓ ଟ୍ରକ୍ ଦୁର୍ଘଟଣା ସଂପର୍କିତ ସମସ୍ତ ୫ଟି ଯାକ ମାମଲା ଦିଲ୍ଲୀସ୍ଥିତ ସିବିଆଇ କୋର୍ଟକୁ ସ୍ଥାନାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିଦିନ ମାମଲାର ବିଚାର କରି ୪୫ ଦିନ ଭିତରେ ସମସ୍ତ ମାମଲାର ଶୁଣାଣି ସାରିବାକୁ ସର୍ବୋଚ୍ଚ କୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୭ଦିନ ଭିତରେ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ ବି ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ପୀଡ଼ିତା ଓ ସଂପର୍କୀୟ ଯଦି ଦେଶର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସିତ ହେବାକୁ ଚାହିଁବେ, ସେନେଇ କୋର୍ଟଙ୍କୁ ଜଣାଇପାରିବେ। ଏହାସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପୀଡ଼ିତା ଲେଖିଥିବା ଚିଠି ପହଞ୍ଚିବାରେ କାହିଁକି ବିଳମ୍ବ ହେଲା ତାହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ମାମଲାର ମୁଖ୍ୟ ଅଭିଯୁକ୍ତ କୁଲଦୀପ ସେନଗାରଙ୍କୁ ବିଜେପି ଗତକାଲି ଦଳରୁ ବହିଷ୍କାର କରିଛି। ୨୦୧୭ରେ ଉନ୍ନାଓରେ ଘରକୁ ଫେରୁଥିବା ବେଳେ ପୀଡ଼ିତାଙ୍କୁ କୁଲଦୀପ ସେନଗାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
from OTV Khabar. https://ift.tt/31bwkUM
No comments: