ସାମାନ୍ୟ ସ୍ୱାର୍ଥ ପାଇଁ ସଂପର୍କକୁ ଭୁଲିଗଲା କୁଳାଙ୍ଗାର ପୁଅ । ସଂପତି ପାଇଁ ବୃଦ୍ଧ ବାପାମା’ଙ୍କୁ ବିଲରେ ଗଡେଇ ତଡେଇ ପିଟିଲେ ପୁଅବୋହୂ Kanak News

କନକ ବ୍ୟୁରୋ: ସାମାନ୍ୟ ସ୍ବାର୍ଥ ପାଇଁ ଜନ୍ମକଲା ପୁଅ ରକ୍ତ ସଂପର୍କରେ ଲଗାଇଛି କଳଙ୍କ। ନିଜ ଜନ୍ମକଲା ମା’ ଓ ବାପାଙ୍କୁ ବିଲରେ ଗଡ଼େଇତଡ଼େଇ ପିଟିଛନ୍ତି। ବୋହୂ ବି ଏଥିରେ ସାମିଲ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଧକୋଠା ପଞ୍ଚାୟତ କୁଣ୍ତାକୋଟ ଗ୍ରାମରେ। ଏନେଇ ଘସିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, କୁଣ୍ତାକୋଟ ଗ୍ରାମର ନାରାୟଣ ଖିଲାର (୭୫)ଙ୍କ ତିନିପୁଅ। ବଡ଼ପୁଅ ଅକ୍ଷୟ ବାଙ୍ଗାଲୋରରେ ରହନ୍ତି। ମଝିଆ ପୁଅ ସନ୍ତୋଷ ବିଭିନ୍ନ ସମୟରେ ଜମିବାଡ଼ିକୁ କେନ୍ଦ୍ରକରି ବାପା-ମା’ଙ୍କ ସହ ଝଗଡ଼ା କରୁଥିଲା। ପୂର୍ବରୁ ଥରେ ବାପା-ମା’ଙ୍କୁ ମାରପିଟ କରିବାରୁ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଗତକାଲି ସକାଳୁ ନାରାୟଣ ଓ ତାଙ୍କ ପତ୍ନୀ ସତ୍ୟଭାମା ତଳି ରୋଇବା ପାଇଁ ବିଲକୁ ଯାଇଥିଲେ। ସକାଳ ୮ଟା ବେଳେ ଅକ୍ଷୟ ଓ ତାଙ୍କ ପତ୍ନୀ ଡଲି ବିଲରେ ପହଞ୍ଚି ଉଭୟଙ୍କୁ ଗାଳିଗୁଲଜ କରିଥିଲେ। ନାରାୟଣ, ସତ୍ୟଭାମା ଏହାର ପ୍ରତିବାଦ କରିବାରୁ ସନ୍ତୋଷ ଓ ଡଲି ସେମାନଙ୍କୁ ଅତି ନିର୍ଦ୍ଦୟଭାବେ ଗଡ଼େଇତଡ଼େଇ ଠେଙ୍ଗାରେ ପିଟିଥିଲେ। ପରେ ଧାନବିଲ କାଦୁଅରେ ପକାଇ ନାରାୟଣଙ୍କ ଛାତି ଉପରେ ଚଢ଼ି ଯାଇଥିବା ଅଭିଯୋଗ ହୋଇଛି।

ବୁଢ଼ାବୁଢ଼ୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବାଙ୍ଗାଲୋରରୁ ଆସି ଘରେ ପହଞ୍ଚିଥିବା ବଡ଼ପୁଅ ଅକ୍ଷୟ ବାପା-ମା’ଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅବୋହୂ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।



from Kanak News https://ift.tt/31hb3ZO https://ift.tt/2YIP0cG
ସାମାନ୍ୟ ସ୍ୱାର୍ଥ ପାଇଁ ସଂପର୍କକୁ ଭୁଲିଗଲା କୁଳାଙ୍ଗାର ପୁଅ । ସଂପତି ପାଇଁ ବୃଦ୍ଧ ବାପାମା’ଙ୍କୁ ବିଲରେ ଗଡେଇ ତଡେଇ ପିଟିଲେ ପୁଅବୋହୂ Kanak News ସାମାନ୍ୟ ସ୍ୱାର୍ଥ ପାଇଁ ସଂପର୍କକୁ ଭୁଲିଗଲା କୁଳାଙ୍ଗାର ପୁଅ । ସଂପତି ପାଇଁ ବୃଦ୍ଧ ବାପାମା’ଙ୍କୁ ବିଲରେ ଗଡେଇ ତଡେଇ ପିଟିଲେ ପୁଅବୋହୂ Kanak News Reviewed by SUBHENDU BARAL on August 03, 2019 Rating: 5

No comments:

Powered by Blogger.