ପୁଣି ରେକର୍ଡ ଉଚ୍ଚତାରେ ସୁନାଦର, ୧୦ ଗ୍ରାମ ପିଛା ୩୮,୪୨୦ ଛୁଇଁଲା Kanak News

କନକ ବ୍ୟୁରୋ: ସୁନା ଓ ରୁପା ଦରରେ ବୃଦ୍ଧିର ଧାରା ଜାରି ରହିଛି। ସୁନାର ୧୦ ଗ୍ରାମ ପିଛା ଦର ୪୭୫ ଟଙ୍କା ବୃଦ୍ଧି ପାଇ ୩୮,୪୨୦ ଟଙ୍କା ହୋଇଯାଇଛି। ସେହିପରି ରୁପାର କିଲୋ ପ୍ରତି ଦର ୩୭୮ ଟଙ୍କା ବୃଦ୍ଧି ପାଇ ୪୪,୬୮୮ ଟଙ୍କା ହୋଇଛି। ଗହଣା ନିର୍ମାତାମାନେ ଅଧିକ ସୁନା କିଣୁଥିବାରୁ ଦେଶ ଭିତରେ ସୁନାର ଦାମ୍ ବଢ଼ୁଛି। ସେହିପରି ଶିଳ୍ପ ସଂସ୍ଥା ଓ ମୁଦ୍ରା ନିର୍ମାତାମାନେ ରୁପା କିଣିବା ମାତ୍ରା ବଢ଼ାଇ ଦେଇଥିବାରୁ ସେହି ମୂଲ୍ୟବାନ ଧଳା ଧାତୁର ଦର ବଢ଼ୁଛି।

ଆମେରିକା-ଚୀନ ଭିତରେ ବାଣିଜ୍ୟ ଲଢ଼େଇ ଜାରି ରହିଥିବାରୁ ଷ୍ଟକ ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ପାରମ୍ପରିକ ଯୁଗରୁ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବେ ବିଚାର କରାଯାଉଥିବାରୁ ନିବେଶକମାନେ ସୁନା କିଣିବା ମାତ୍ରା ବଢ଼ାଇ ଦେଇଛନ୍ତି। ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପ୍ରତି ଦର ୧୫୧୩ ଟଙ୍କା ହୋଇଛି ଏବଂ ରୁପାର ଆଉନ୍ସ ପିଛା ଦାମ୍ ୧୭.୨୬ ଡଲାର ରହିଛି। ହଂକଂରେ ଗଣତନ୍ତ୍ରକୁ ନେଇ ବିଦ୍ରୋହ ଜାରି ରହିଥିବାରୁ ସୁନାର ଚାହିଦା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ସୁନା ଦର ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଏହାର ସର୍ବକାଳୀନ ରେକର୍ଡ ଉଚ୍ଚ ସ୍ତରରେ ରହିଛି।



from Kanak News https://ift.tt/2NcVQVM https://ift.tt/2yKFNGh
ପୁଣି ରେକର୍ଡ ଉଚ୍ଚତାରେ ସୁନାଦର, ୧୦ ଗ୍ରାମ ପିଛା ୩୮,୪୨୦ ଛୁଇଁଲା Kanak News ପୁଣି ରେକର୍ଡ ଉଚ୍ଚତାରେ ସୁନାଦର, ୧୦ ଗ୍ରାମ ପିଛା ୩୮,୪୨୦ ଛୁଇଁଲା Kanak News Reviewed by SUBHENDU BARAL on August 16, 2019 Rating: 5

No comments:

Powered by Blogger.