ଅଶାନ୍ତ ସୀମା। ପାକିସ୍ତାନ ପଟୁ ପ୍ରବଳ ଗୁଳିବର୍ଷା,କଡା ଜବାବ ଦେଉଛି ଭାରତୀୟ ସେନା Kanak News

କନକ ବ୍ୟୁରୋ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ଏବେ ହିଂସ୍ର ହୋଇଉଠିଛି। ଭାରତ ବିରୋଧୀ କାର୍ଯ୍ୟକଳାପକୁ ଜୋରଦାର କରିଥିବା ପାକ୍ ସେନା ପକ୍ଷରୁ ଏବେ ସୀମାରେ ଲଗାତାର ଗୁଳିବର୍ଷା ହେଉଛି। ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲାରେ ପାକ୍ ସେନା ୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା କରିଥିଲା ଏବଂ ଏଥିସହ ମୋର୍ଟାର ମାଡ଼ ମଧ୍ୟ କରିଥିଲା। ରାଜୌରିର ସୁନ୍ଦରବନି ସେକ୍ଟରରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତେବେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଉଭୟ ପଟୁ ପ୍ରାୟ ୪ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା।
ଗତ ୪ ଦିନ ମଧ୍ୟରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍ ସେନା ଆଗୁଆ ଘାଟି ଏବଂ ସୀମାନ୍ତ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍ କରି ଗୁଳିମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଗତମାସରେ ପାକ୍ ସେନାର ଗୁଳିମାଡ଼ରେ ୨ ଜଣ ସେନା ଯବାନ ଏବଂ ଏକ ୧୦ ଦିନର ଶିଶୁ ପ୍ରାଣ ହରାଇଥିଲା। ଗତ ଅଗଷ୍ଟ ୩ ତାରିଖରେ ପାକିସ୍ତାନ  ପୁଞ୍ଚ୍ ସେକ୍ଟରକୁ ଟାର୍ଗେଟ୍ କରିଥିଲା।


from Kanak News https://ift.tt/2YQJxAv https://ift.tt/2GWs8R0
ଅଶାନ୍ତ ସୀମା। ପାକିସ୍ତାନ ପଟୁ ପ୍ରବଳ ଗୁଳିବର୍ଷା,କଡା ଜବାବ ଦେଉଛି ଭାରତୀୟ ସେନା Kanak News ଅଶାନ୍ତ ସୀମା। ପାକିସ୍ତାନ ପଟୁ ପ୍ରବଳ ଗୁଳିବର୍ଷା,କଡା ଜବାବ ଦେଉଛି ଭାରତୀୟ ସେନା Kanak News Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.