କାଲି ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ଓଡିଶାରୁ ସଦସ୍ୟତା ଗ୍ରହଣ କରିବେ ଶିବରାଜ ସିଂହ ଚୌହାନ Kanak News

କନକ ବ୍ୟୁରୋ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ କାଲି ସକାଳେ ଭୁବନେଶ୍ବରରେ ପହଞ୍ଚି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ। ଏହା ପରେ ଖୋର୍ଦ୍ଧାର ଗୀତା ଭବନ ପଡ଼ିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସେଠାରେ ଶ୍ରୀ ଚୌହାନ ସମସ୍ତଙ୍କୁ ସଦସ୍ୟ କରାଇବା ସହ ନିଜେ ଓଡ଼ିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବେ। ସନ୍ଧ୍ୟାରେ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ। ୧୧ ତାରିଖ ସକାଳେ ଶ୍ରୀ ଚୌହାନ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।



from Kanak News https://ift.tt/2YQJ8Ov https://ift.tt/2GYhZDj
କାଲି ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ଓଡିଶାରୁ ସଦସ୍ୟତା ଗ୍ରହଣ କରିବେ ଶିବରାଜ ସିଂହ ଚୌହାନ Kanak News କାଲି ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ଓଡିଶାରୁ ସଦସ୍ୟତା ଗ୍ରହଣ କରିବେ ଶିବରାଜ ସିଂହ ଚୌହାନ Kanak News Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.