ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା, ୧୦ ଗ୍ରାମ ପିଛା ଦର ଛୁଇଁଲା ୩୮ ହଜାର Kanak News

କନକ ବ୍ୟୁରୋ : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ସୁନା ଦରର ବୃଦ୍ଧି ଧାରା ଅବ୍ୟାହତ ରହିଛି । ଗତକାଲି ସୁନାର ଦାମ ୧୦ ଗ୍ରାମ ପିଛା ୧୧ ଶହ ୧୪ ଟଙ୍କା ବୃଦ୍ଧି ପାଇ ପାଖାପାଖି ୩୮ ହଜାର ଟଙ୍କାରେ ପହଂଚିଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଯୋଗୁଁ ସୁନାର ଦର ବଢିଛି । କାରଣ ସୁନାରେ ନିବେଶ କଲେ ତାହା ସୁରକ୍ଷିତ ବୋଲି ନିବେଶକଙ୍କ ବିଶ୍ୱାସ ରହିଛି ।

ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣରେ ସୁନା କିଣୁଛନ୍ତି । ଗହଣା ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିବାହ ଋତୁର ଚାହିଦା ପୂରଣ କରିବା ପାଇଁ ଏବେ ଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି । ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ମହଙ୍ଗା ହୋଇଛି । ଏହି କାରଣ ଯୋଗୁଁ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ଗତ କିଛି ଦିନ ଭିତରେ ସୁନାଦରର ବଡ ବୃଦ୍ଧି ହୋଇଛି । ପ୍ରତିନିଦିନ ଅଳ୍ପ ବହୁତ ବୃଦ୍ଧି ବି ଜାରି ରହିଛି । ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ଏକ କେଜି ରୂପାର ଦାମ୍ ୪୩ ହଜାରରୁ ଅଧିକ ଟଙ୍କା ହୋଇଯାଇଛି ।



from Kanak News https://ift.tt/2OITyA4 https://ift.tt/2yMJc7o
ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା, ୧୦ ଗ୍ରାମ ପିଛା ଦର ଛୁଇଁଲା ୩୮ ହଜାର Kanak News ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା, ୧୦ ଗ୍ରାମ ପିଛା ଦର ଛୁଇଁଲା ୩୮ ହଜାର Kanak News Reviewed by SUBHENDU BARAL on August 07, 2019 Rating: 5

No comments:

Powered by Blogger.