ଆଠମଲ୍ଲିକ ୮|୮: ଅନୁଗୋଳ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମରେ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ହେଲେଇ ଗ୍ରାମର ମା’ କ୍ଷଲତା ହାତୀ, ଝିଅ ପ୍ରିୟଙ୍କା ହାତୀ ଓ ପୁଅ ସିପୁନ ହାତୀ ଗତକାଲି ନିଜ ଘରେ ଶୋଇଥିବା ସମୟରେ ଏକ ମାଟି କାନ୍ଥ ତାଙ୍କ ଇନ୍ଦିରା ଆବାସ ଘର ଉପରେ ମାଡି ବସିଥିଲା ଯାହା ଫଳରେ ସିମେଣ୍ଟ ଇଟା କାନ୍ଥ ଟି ଏମାନଙ୍କ ଉପରେ ମାଡି ବସିବାରୁ ସାନ ପୁଅ ସିପୁନ ହାତୀ ମୁତ୍ୟୁ ହୋଇଛି । ବାକି ଦୁଇଜଣଙ୍କୁ ବଉଦ ମେଡିକାଲରେ ଭର୍ତ୍ତି କରାଯାଇଛି ।
from Prameya News7 https://ift.tt/2KLSHcT
ଘରେ ଶୋଇଥିବା ବେଳେ ଭୁଷୁଡିଲା କାନ୍ଥ : ଜଣଙ୍କର ମୃତ୍ୟୁ, ୨ ଜଣ ଗୁରୁତର
Reviewed by SUBHENDU BARAL
on
August 07, 2019
Rating:
No comments: