
କାର୍ ଓ ଘର କିଣିବା, ବିଦେଶ ଯାତ୍ରା କରିବା କିମ୍ବା ବିନିଯୋଗ କରିବା ଭଳି ଅଧିକ ଅଙ୍କର ଅର୍ଥରାଶି କାରବାର କରିବା ସମୟରେ ପାନ୍ କାର୍ଡ ପରିବର୍ତ୍ତେ ଆଧାର ନମ୍ବର ଦିଆଯାଇ ପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି, କିନ୍ତୁ ଏଥିରେ ଗୋଟିଏ ସମସ୍ୟା ମଧ୍ୟ ଉପୁଜୁଛି। ଯଦି ଜଣେ ଭୁଲ୍ ଆଧାର ନମ୍ବର ଦେଇ ଥାଆନ୍ତି, ତେବେ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସମ୍ପୃକ୍ତ ଆଇନରେ ସଂଶୋଧନ ଏବଂ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପରେ ୨୦୧୯ ମସିହା ସେପ୍ଟେମ୍ବର ପହିଲାରୁ ଜରିମାନା ବ୍ୟବସ୍ଥା ଲାଗୁ କରାଯିବାର ସମ୍ଭାବନା ରହିଛି ।
ଅଧିକ ଅର୍ଥରାଶି କାରବାର ହୋଇଥିବା ଦଲିଲରେ ଯଦି ଜଣେ ନିଜର ଆଧାର ନମ୍ବର ଭୁଲ୍ କରି ଥାଆନ୍ତି ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ଜଣେ ଏକାଧିକ ଦଲିଲରେ ଭୁଲ୍ ଆଧାର ନମ୍ବର ଦେଇଥାଆନ୍ତି, ତେବେ ପ୍ରତି ଦଲିଲ ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ତେବେ ଜରିମାନା ଆଦେଶ ଦିଆଯିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏ କଥା ଜଣାଇ ଦିଆଯିବ। ପାନ୍ ବଦଳରେ ଆଧାରକାର୍ଡ ଚଳିବ ବୋଲି ଜୁଲାଇ ୫ ତାରିଖ ହୋଇଥିବା ବଜେଟରେ ଘୋଷଣା ଅନୁଯାୟୀ ସେ ସମ୍ବନ୍ଧୀୟ ଆଇନରେ ବି ପରିବର୍ତ୍ତନ କରାଯିବ।
from Kanak News https://ift.tt/2YYHb6L https://ift.tt/2jMHq2v

No comments: