ଅନ୍ଧବିଶ୍ବାସ ଅକ୍ତିଆରରେ ବିଚ୍ଛିନ୍ନାଞ୍ଚଳ: କେଉଁଠି ରୋଗ ଭଲ କରିବାକୁ ଚାଲିଛି କାମୁଡା ଚିକିତ୍ସା ତ ପୁଣି କେଉଁଠି ଶିଶୁ ଡାକ୍ତର ପାଲଟିଛି ଗୁଣିଆ Kanak News

କନକ ବ୍ୟୁରୋ: ଅନ୍ଧବିଶ୍ବାସର ଅକ୍ତିଆରରେ ମାଲକାନଗିରି ଜିଲ୍ଲାର ଆଦିବାସୀ। ନିୟମିତ ଭାବେ ଜିଲ୍ଲାରେ ଗୁଣିଆ କିମ୍ବା ଦିଶାରୀ ଦ୍ବାରା ଲୋକେ ଚିକିତ୍ସିତ ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି। କିଛି ସ୍ଥାନରେ ଡାକ୍ତରଙ୍କ ଉପରେ ଭରସା ନକରି ଲୋକେ କ୍ବାକ୍ ନିକଟରୁ ଔଷଧ ଆଣୁଥିବା ବି ଦେଖିବାକୁ ମିଳେ। ସଦ୍ୟତମ ଘଟଣାରେ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଗୁଣିଆ ଦ୍ବାରା ଜଣେ ନାବାଳିକା ଚିକିତ୍ସିତ ହେଉଥିବା ଦୃଶ୍ୟ ପଦାକୁ ଆସିଛି।

ଦୁର୍ଗମ ବିଚ୍ଛିନ୍ନାଞ୍ଚଳବାସୀ ଦୀର୍ଘ ଦିନ ହେଲା ମୁଖ୍ୟସ୍ରୋତରୁ ଏକ ପ୍ରକାର ଦୂରେଇ ହୋଇ ରହିଥିଲେ। ସରକାରୀ ଯୋଜନା ଏହି ଅଞ୍ଚଳକୁ ପହଞ୍ଚି ପାରି ନଥିବାବେଳେ ସରକାରୀ ବାବୁଙ୍କ ଅବହେଳାର ଶିକାର ହୋଇ ରହିଥିଲା। ତେଣୁ ବିପର୍ଯ୍ୟସ୍ତ ସ୍ଥିତିକୁ ଚାଲି ଯାଇଛି ସ୍ବାସ୍ଥ୍ୟସେବା। ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ କାୟା ବିସ୍ତାର କରିଛନ୍ତି କ୍ବାକ୍। ସେହିପରି ଗୁଣିଆ ତଥା ଦିଶାରୀଙ୍କ ପ୍ରଭାବ ବି ଯଥେଷ୍ଟ ଅଧିକ ରହିଛି। ସଚେତନତା ଅଭାବରୁ ଲୋକେ ପ୍ରଥମେ ଗୁଣିଆ ନିକଟକୁ ଯାଉଛନ୍ତି। ଯଦି ଅବସ୍ଥା ବିଗିଡ଼ିଯାଏ ତାହାହେଲେ ଖୋଜାପଡ଼ନ୍ତି କ୍ବାକ୍। ଶେଷରେ ଗୁରୁତର ଅବସ୍ଥାରେ ହସ୍ପିଟାଲ କଥା ମନେପଡ଼େ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ।

ଏହିକ୍ରମରେ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଜଲାଗୁଡା ଗ୍ରାମର ଜଣେ ଆଦିବାସୀ ବାଳିକା କିଛି ଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋଇଛି। କିନ୍ତୁ ପରିବାର ଡାକ୍ତରଖାନା ନେବା ପରିବର୍ତେ ସ୍ଥାନୀୟ ଜଣେ ଦିଶାରୀଙ୍କ ଆଶ୍ରୟ ନେଇଥିଲେ। ରୋଗ ସଂପର୍କରେ ପରିବାର ଲୋକ ଜଣାଇବା ପରେ ଆରମ୍ଭ ହୋଇଥିବା ଦିଶାରୀଙ୍କ ପୂଜର୍ଚ୍ଚନା। ନାବାଳିକାକୁ ତଳେ ଶୁଆଇ ଦେଇ କିଛି ମନ୍ତ୍ର ପଢ଼ିଥିବା ଦିଶାରୀ। ଝଡ଼ାଫୁଙ୍କା କରିବା ସହ ବାରମ୍ବାର ଝୁଣା ଧୂଆଁ ଦେଇଥିଲା। କିଛି ସମୟ ଧରି ଏମିତି କରିବା ପରେ ଯଥାଶୀଘ୍ର ଝିଅ ଭଲ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇ ପଠାଇ ଦେଇଥିଲା। ଘରକୁ ଫେରିବା ପରେ ଝିଅଟି ସୁସ୍ଥ ହେଲା ନା’ ନାହିଁ ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।



from Kanak News https://ift.tt/2KOU9Lg https://ift.tt/2OVRHrL
ଅନ୍ଧବିଶ୍ବାସ ଅକ୍ତିଆରରେ ବିଚ୍ଛିନ୍ନାଞ୍ଚଳ: କେଉଁଠି ରୋଗ ଭଲ କରିବାକୁ ଚାଲିଛି କାମୁଡା ଚିକିତ୍ସା ତ ପୁଣି କେଉଁଠି ଶିଶୁ ଡାକ୍ତର ପାଲଟିଛି ଗୁଣିଆ Kanak News ଅନ୍ଧବିଶ୍ବାସ ଅକ୍ତିଆରରେ ବିଚ୍ଛିନ୍ନାଞ୍ଚଳ: କେଉଁଠି ରୋଗ ଭଲ କରିବାକୁ ଚାଲିଛି କାମୁଡା ଚିକିତ୍ସା ତ ପୁଣି କେଉଁଠି ଶିଶୁ ଡାକ୍ତର ପାଲଟିଛି ଗୁଣିଆ Kanak News Reviewed by SUBHENDU BARAL on August 13, 2019 Rating: 5

No comments:

Powered by Blogger.