ରାହୁଲଙ୍କ ପରେ କିଏ, କିଏ ନେବ ସର୍ବପୁରାତନ ରାଜନୈତିକ ଦଳର ନେତୃତ୍ୱ । ଆଜି ଦିଲ୍ଲୀରେ ବସୁଛି ସିଇସି ବୈଠକ Kanak News

କନକ ବ୍ୟୁରୋ : କିଏ ହେବ କଂଗ୍ରେସ ସଭାପତି । ଏନେଇ ଚର୍ଚ୍ଚା ଓ ଆକଳନ ଜାରି ରହିଥିବା ବେଳେ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ । ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ବିଷୟରେ ମାନସମନ୍ଥନ ହେବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ସଭାପତି ଦୌଡ଼ରେ ଆଗରେ ଅଛନ୍ତି । ଏହାସହ ସୁଶୀଲ କୁମାର ସିନ୍ଦେ, ମଲିକାର୍ଜୁନ ଖଡ଼ଗେ ଓ କେସି ଭେନୁଗୋପାଳଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ମୁକୁଲ ୱାସନିକ ପରବର୍ତୀ ସଭାପତି ହେବା ନେଇ ରାହୁଲ ମଧ୍ୟ ସମର୍ଥନ କରୁଥିବା ସୂଚନା ମିଳିଛି । ଏବେ କଂଗ୍ରେସର ସଭାପତି ପଦ ଖାଲିପଡ଼ିଛି ।

from Kanak News https://ift.tt/2YF54kD https://ift.tt/2MSU786
No comments: