ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ: ଏମ୍ସ ଆଇସିୟୁରେ ଭର୍ତ୍ତି; ଜାରି ହେଲା ହେଲଥ ବୁଲେଟିନ୍, ସ୍ୱାସ୍ଥ୍ୟବସ୍ଥା ସ୍ଥିର Kanak News

କନକ ବ୍ୟୁରୋ: କର୍କଟ ଓ କିଡନି ଜନିତ ରୋଗରେ ପୀଡ଼ିତ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍ଲି ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସକାଳେ ତାଙ୍କ ସ୍ବାସ୍ଥ୍ୟରେ ଅଚାନକ ଅବନତି ଘଟିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଜେଟଲିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବଦ୍ଧନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ମଧ୍ୟ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ୬୬ ବର୍ଷୀୟ ଜେଟଲିଙ୍କ ଚିକିତ୍ସା ଲାଗି ଏମ୍ସ କର୍ତ୍ତୃପକ୍ଷ ଏକ୍ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସନ୍ଧ୍ୟାରେ ଏମ୍ସ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ତେବେ ତିନି ଦିନ ତଳେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହୃଦ୍‌ଘାତ ଯୋଗୁଁ ଅଚାନକ ମୃତ୍ୟୁ ଘଟିବା ପରେ ଶ୍ରୀ ଜେଟଲିଙ୍କ ଏଭଳି ଅସୁସ୍ଥତା ସାରା ଦେଶ ପାଇଁ ଚିନ୍ତା ଓ ଉଦ୍‌ବେଗର କାରଣ ହୋଇଛି।

ଅରୁଣ ଜେଟଲି ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ କିଡନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି। ମେ’ ୨୦୧୮ରେ ତାଙ୍କର କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା।ଏହା ବ୍ୟତୀତ ସେ କ୍ୟାନସରକୁ ବି ସାମ୍ନା କରୁଛନ୍ତି। ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଏମ୍ସର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା।

ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥ ମନ୍ତ୍ରୀ ଥିବା ଶ୍ରୀ ଜେଟଲିଙ୍କୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବାରମ୍ବାର ଛୁଟିରେ ରହିବାକୁ ପଡ଼ୁଥିଲା। ତେଣୁ ପୀୟୁଷ ଗୋୟଲଙ୍କୁ ଅନ୍ତରୀଣ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା ଏବଂ ଗତ ଫେବ୍ରୁଆରେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବା ପରେ ଅରୁଣ ଜେଟଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କୌଣସି ଦାୟିତ୍ବ ନଦେବା ପାଇଁ ଅନୁରୋଧ କରିଥିଲେ।



from Kanak News https://ift.tt/2MT8x7S https://ift.tt/2YFyz5K
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ: ଏମ୍ସ ଆଇସିୟୁରେ ଭର୍ତ୍ତି; ଜାରି ହେଲା ହେଲଥ ବୁଲେଟିନ୍, ସ୍ୱାସ୍ଥ୍ୟବସ୍ଥା ସ୍ଥିର Kanak News ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ: ଏମ୍ସ ଆଇସିୟୁରେ ଭର୍ତ୍ତି; ଜାରି ହେଲା ହେଲଥ ବୁଲେଟିନ୍, ସ୍ୱାସ୍ଥ୍ୟବସ୍ଥା ସ୍ଥିର Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.