ଫେରିଗଲେ ଯବାନ ହେଲେ ସାଥିରେ ନେଇଗଲେ ଭଉଣୀର ସନ୍ତକ…ମହାରାଷ୍ଟ୍ରରେ ବିପନ୍ନଙ୍କୁ ଉଦ୍ଧାର କରିଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶହ ଶହ ମହିଳା Kanak News

ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । କୁହାଯାଏ ଭାଇ-ଭଉଣୀର ସମ୍ପର୍କର ସନ୍ତକ ଭାବେ ରାକ୍ଷୀର ବେଶ୍ ଗୁରୁତ୍ୱ ରହିଛି । କାହିଁକି ନା ଭଉଣୀର ସୁରକ୍ଷା ପାଇଁ ଭାଇଟିଏ ନିଜ ଜୀବନର ବାଜି ମଧ୍ୟ ଲଗାଇଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯେଉଁମାନେ କି ରକ୍ତ ସମ୍ପର୍କରେ ଭାଇ ଭଉଣୀ ନୁହନ୍ତି କିନ୍ତୁ ଏହିମାନଙ୍କ ଲାଗି ଆଜି ଅନେକଙ୍କ ଜୀବନ ବଞ୍ଚିଯାଇପାରିଛି ।

ମହାରାଷ୍ଟ୍ରରେ ବନ୍ୟାରେ ଫସିଥିବା ବିପନ୍ନଙ୍କୁ ଉଦ୍ଧାର କରିବାରେ ସେନାର ଯବାନମାନେ ମୁତୟନ ହୋଇଥିଲେ । ନିଜ ଜୀବନକୁ ବାଜି ଲଗାଇ ଅନେକ ବନ୍ୟା ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଧିରେ ଧିରେ ସ୍ଥିତି ସୁଧୁରିବାରୁ ଏହି ଯବାନମାନଙ୍କୁ ଫେରିବାକୁ କୁହାଯାଇଥିଲା । ଯାହାପରେ ଯବାନମାନେ ନିଜ ବାଟାଲିୟନ ସହ ଫେରିବାକୁ ବସିଥିଲେ ।

ହେଲେ ଯେଉଁମାନଙ୍କ ଜୀବନ ବଞ୍ଚାଇଥିଲେ ସେମାନେ ଭୁଲିବେ ବା କେମିତି । ଯବାନମାନଙ୍କ ହାତରେ ସାଙ୍ଗଲି ଅଂଚଳର ମହିଳାମାନେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଯବାନ ଭାଇମାନଙ୍କୁ ବିଦାୟ ଦେଇଥିଲେ । ବନ୍ୟା ପାଣିରେ ଜୀବନ-ମୃତ୍ୟୁର ସଂଘର୍ଷ କରୁଥିବାବେଳେ ଏହି ଭାଇମାନେ ସେମାନଙ୍କୁ ବଂଚାଇଥିବାରୁ ଏଠାକାର ମହିଳାମାନେ ଯବାନମାନଙ୍କ ଅବଦାନକୁ ଭୁଲିପାରିନଥିଲେ ।



from Kanak News https://ift.tt/2ZUIcKx https://ift.tt/2YS0YoD
ଫେରିଗଲେ ଯବାନ ହେଲେ ସାଥିରେ ନେଇଗଲେ ଭଉଣୀର ସନ୍ତକ…ମହାରାଷ୍ଟ୍ରରେ ବିପନ୍ନଙ୍କୁ ଉଦ୍ଧାର କରିଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶହ ଶହ ମହିଳା Kanak News ଫେରିଗଲେ ଯବାନ ହେଲେ ସାଥିରେ ନେଇଗଲେ ଭଉଣୀର ସନ୍ତକ…ମହାରାଷ୍ଟ୍ରରେ ବିପନ୍ନଙ୍କୁ ଉଦ୍ଧାର କରିଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଶହ ଶହ ମହିଳା Kanak News Reviewed by SUBHENDU BARAL on August 11, 2019 Rating: 5

No comments:

Powered by Blogger.