ଆଜିଠୁ ଶୁଖିଲା ପାଗ ! ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ Kanak News

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଆଜି ପୂର୍ବାହ୍ନ ଯାଏ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହାପରେ ଆଉ ବଡ଼ ବର୍ଷା ନାହିଁ। ୧୨ ତାରିଖ ଯାଏ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୨ ତାରିଖଠାରୁ ପୁଣିଥରେ ଉତ୍ତର ଓ କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆହୁରି କୁହାଯାଇଛି ଯେ, ମୌସୁମୀ ସକ୍ରିୟ ରହିଥିବାରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ବେଳେ ବେଳେ ୫୦ କିମି ଛୁଇଁବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଏହି ସମୟ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ପରିମାଣ କମିଥିବାରୁ ସମସ୍ତ ବନ୍ଦରରୁ ବିପଦସଙ୍କେତ ଉଠାଇ ଦିଆଯାଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଚଳିତବର୍ଷର ସବୁଠାରୁ ବଡ଼ ବର୍ଷା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ୨୧୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୧୭୪.୫, କୋରାପୁଟରେ ୧୨୯.୪, ସୋନପୁରରେ ୧୦୧.୨, ହୀରାକୁଦରେ ୯୪.୨, ଟିଟିଲାଗଡ଼ରେ ୭୯.୮ ମିମି ବର୍ଷା ହୋଇଛି। ଚଳିତ ସପ୍ତାହରେ ହୋଇଥିବା ବର୍ଷା ରାଜ୍ୟରେ ଜାରି ରହିଥିବା ନିଅଣ୍ଟିଆ ବର୍ଷାକୁ କିଛି ମାତ୍ରାରେ ପୂରଣ କରିଛି। ଏହାପରେ ବି କିଛି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି।



from Kanak News https://ift.tt/2KyHRXr https://ift.tt/2xrqXE8
ଆଜିଠୁ ଶୁଖିଲା ପାଗ ! ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ Kanak News ଆଜିଠୁ ଶୁଖିଲା ପାଗ ! ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ Kanak News Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.