
ସ୍ମୃତିରେ ଅଟଳ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ । ଗତ ବର୍ଷ ୧୬ ଅଗଷ୍ଟ ସନ୍ଧ୍ୟା ୫.୦୫ରେ ନିୟତି ଦେଶର ପ୍ରଖର ବକ୍ତା ତଥା ମହାନ୍ ରାଜନେତାଙ୍କୁ ଆମ ଗହଣରୁ ଛଡ଼ାଇନେଇଥିଲା । ଆଜି ସେ ଆମ ଗହଣରେ ନଥିଲେ ବି ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ସମସ୍ତଙ୍କ ଉପରେ ରହିଛି ।
ଜଣେ ଜନନେତା ତଥା ରାଜନେତା ଓ ଦୃଢ଼ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କରୁଥିଲେ । ତୁଳସୀର ଦୁଇ ପ୍ରତ୍ରରୁ ବାସେ ପରି ଛୋଟରୁ ହିଁ ଅଟଳଙ୍କର ପ୍ରଭିଭା ଆଭାସ ମଳିଥିଲା । ଅଟଳ ବିହାରୀ ବାଜପେୟୀ ସ୍କୁଲ ସମୟରୁ ହିଁ ଭାଷଣ ଦେଉଥିଲେ ।


ସଂଯୁକ୍ତ ରାଷ୍ଟ୍ରର ମଂଚରେ ହିନ୍ଦିରେ ଭାଷଣ- ଜନତା ପାର୍ଟ ପ୍ରଥମ ଥର ପାଇଁ ୧୯୭୭ରେ ନିଜର ସରକାର ଗଢ଼ିଥିଲେ । ଆଉ ସେହି ସମୟରେ ମୋରାଜୀ ଦେଶାଇ ପ୍ରଧାନନ୍ତ୍ରୀ ଥିଲେ । ଆଉ ଅଟଳ ବିହାରୀ ବାଜପେୟୀଙ୍କୁ ବୈଦେଶିକ ମନ୍ତ୍ରୀ ପରି ଗରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଅଟଳ ବେଦେଶିକ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ରହି ପୁରା ବିଶ୍ୱରେ ଭାରତର ଏକ ଭିନ୍ନ ଛବି ତିଆରି କରୁଥିଲେ । ଆଉ ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ସଂଯୁକ୍ତ ରାଷ୍ଟ୍ରରେ ହିନ୍ଦିରେ ଭାଷଣ ଦେଇଥିଲେ । ସେ ୪ ଅକ୍ଟୋବର, ୧୯୭୭ରେ ସଂଯୁକ୍ତ ରାଷ୍ଟ୍ର ସଂଘରେ ନିଜର ଭାଷଣ ହିନ୍ଦିରେ ଦେଇ ଭାରତକୁ ଗୌରାବାନ୍ୱିତ କରିଥିଲେ । ତେବେ ଉକ୍ତ ଭାଷଣ ପ୍ରଥମେ ଇରାଂଜୀରେ ଲେଖାଯାଇଥିଲା । କିନ୍ତୁ ତାଙ୍କୁ ହିନ୍ଦୀରେ ଅନୁବାଦ କରି ପଢ଼ିଥିଲେ ବାଜପେୟୀ ।

ଭୂମିକମ୍ପ ହେଲେ ମଧ୍ୟ ଅଟଳଙ୍କ ଭାଷଣଙ୍କୁ ଶୁଣୁଥିଲେ ଲୋକ – ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟର କଥା । ସେହି ସମୟରେ ଅଟଳ ବିହାରୀ ବାଜେପେୟୀ ଜେଲରେ ବନ୍ଦ ଥିଲେ । ଅନ୍ୟପଟେ ଇନ୍ଦିରା ଗାନ୍ଧି ନିର୍ବାଚନ ଘୋଷଣା କରିଦେଇଥିଲେ । ଆଉ ତା’ପରେ ଅଟଳଙ୍କ ସମେତ ସବୁ ଲୋକଙ୍କୁ ଜେଲରୁ ବାହାରି ଗଲେ । ଆଉ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅଳ୍ପ ସମୟ ମିଳୁଥିଲା । ଦିଲ୍ଲୀରେ ହେଉଥିଲା ଜନସଭା । ଜନତା ପାର୍ଟର ଜଣେ ନେତା ଆସି ଭାଷଣ ଦେଉଥିଲେ । ଆଉ ସେହି ସମୟରେ ଜୋରରେ ଶୀତ ଅନୁଭୂତ ହେଉଥିଲା, ଆଉ ବର୍ଷା ମଧ୍ୟ ହେଉଥିଲା । ତଥାପି ଲୋକେ ଭାଷଣ ନିଜ ସ୍ଥାନରୁ ଉଠୁନଥିଲେ । ଜଣେ ନେତା ପଚାରିଲେ ବର୍ଷା ହେଉଛି ତଥାପି ସଭାଛାଡ଼ି ଲୋକେ ଯାଉନାହାନ୍ତି କାହିଁକି ? ଆଉ ଏହାର ଉତ୍ତର ଥିଲା ବାଜପେୟୀ ଭାଷଣ ଦେବେ ସେଥିପାଇଁ ଲୋକେ ଅପେକ୍ଷା କରୁଥିଲେ । ଭୂକମ୍ପ ଆସିଗଲେ ବି ହଟିବେ ନାହିଁ ।
ସଂସଦରେ କହିଥିଲେ ଜୀବନର ମୂଲ୍ୟ ସହ ବୁଝାମଣା କରିହେବ ନାହିଁ – ଅଟଳ ବିହାରୀ ବାଜପେୟୀ ନିଜର ଓଜସ୍ୱୀ ଭାଷଣ ବଳରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାବାହାରଲାଲ ନେହୁରଙ୍କ ମଧ୍ୟ ପ୍ରଭାବିତ କରିଥିଲେ । ଥରେ ଅଟଳ ସଂସଦରେ ବାଜେପୟୀଙ୍କ ଭାଷଣ ଶଣୁò କହିଥିଲେ ସେ ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ହେବେ । ଆଉ ନେହରୁଙ୍କ ଭବିଷ୍ୟବାଣୀ ସତ ହେଲା । ଅଟଳ ସଂସଦରେ କହିଥିଲେ ନିଜର କଥାକୁ ନିର୍ଭୀକତା ସହ ସାମ୍ନାରେ ରଖିବା ଉଚିତ୍ । କିନ୍ତୁ ନିଜ ଜୀବନର ମୂଲ୍ୟବୋଧ ସହ ବୁଝାମଣା କରିହେବ ନାହିଁ ।
from Kanak News https://ift.tt/2vNAyo6 https://ift.tt/2z0QPXZ

No comments: