ଉପେକ୍ଷିତ ଜୁଆଙ୍ଗ ଜନଜାତି : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅପହଞ୍ଚ ସ୍ୱାସ୍ଥ୍ୟସେବା, ବିଜୁଳି ବ୍ୟବସ୍ଥା କହିଲେ ନସରେ Kanak News

କନକ ବ୍ୟୁରୋ : ଉପେକ୍ଷିତ ଜୁଆଙ୍ଗ ଜନଜାତି । କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଜୁଆଙ୍ଗ ଜନଜାତିର ଜୀବନଶୈଳୀକୁ ଦେଖିଲେ ବିକାଶର ବାସ୍ତବ ଚିତ୍ର ସ୍ପଷ୍ଟ ହେବ । ଏହି ଆଦିବାସୀ ବହୁଳ ଜିଲ୍ଲାରେ ବିଲୁପ୍ତ ଜନଜାତି କୁହାଯାଉଥିବା ଜୁଆଙ୍ଗମାନଙ୍କ ବାସସ୍ଥାନ । ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ମୋଟ ୩୫ଟି ଜୁଆଙ୍ଗ ଗାଁ ରହିଛି । ଏହି ଗାଁଗୁଡ଼ିକରେ ମୋଟ ୯୦୪୬ ପୁରୁଷ ଓ ମହିଳା ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୪୭୧ ପୁରୁଷ ଓ ୪୫୭୫ ମହିଳା ।
ଅବଶ୍ୟ ପୁରଷ ଅନୁପାତରେ ମହିଳାଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଛି । ତଥ୍ୟ ଅନୁସାରେ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଉଛି ୧୦୨୭ । କେନ୍ଦୁଝର ଜିଲ୍ଲାର ପୁରୁଷ-ମହିଳା ଆନୁପାତ ହାର ତୁଳନାରେ ଏହା ଅଧିକ। ଜୁଆଙ୍ଗମାନଙ୍କ ମଧ୍ୟରେ ଶିକ୍ଷା ହାର ଯଥେଷ୍ଟ କମ୍ । କେନ୍ଦୁଝର ଜିଲ୍ଲାରେ ସାକ୍ଷରତା ହାର ମୋଟାମୋଟି ୭୮.୬୧ % ଥିଲାବେଳେ ଜୁଆଙ୍ଗଙ୍କର ସାକ୍ଷରତା ହାର ହେଉଛି ୩୮.୧୮%।
from Kanak News https://ift.tt/2Hb6Qzf https://ift.tt/2YNxh8W
ଉପେକ୍ଷିତ ଜୁଆଙ୍ଗ ଜନଜାତି : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅପହଞ୍ଚ ସ୍ୱାସ୍ଥ୍ୟସେବା, ବିଜୁଳି ବ୍ୟବସ୍ଥା କହିଲେ ନସରେ Kanak News
Reviewed by SUBHENDU BARAL
on
August 15, 2019
Rating:
No comments: