ବଡଦାଣ୍ଡ ମହୋତ୍ସବରେ ଦୁଲୁକିଲା ପୁରୀ: ପାରମ୍ପରିକ ନୃତ୍ୟ ସହ ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଚିତ୍ରାଙ୍କନ ଓ ଝୋଟି ଅଙ୍କନ Kanak News

କନକ ବ୍ୟୁରୋ: ପୁରୀରେ ଜମୁଛି ବଡ଼ଦାଣ୍ଡ ମହୋତ୍ସବ । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତି ରବିବାରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲାପ୍ରଶାସନ । ଲଗାତର ତିନି ସପ୍ତାହ ହେଲା ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସହରବାସୀ ଏହାର ଖୁବ୍ ମଜା ନେଉଛନ୍ତି ।

ସକାଳୁ ସକାଳୁ ସିଂହଦ୍ୱାର ସମ୍ମୁଖରେ ଦପୀପଦାନ କରି ଜିଳ୍ଲାପାଳ, ଅତିରିକ୍ତ ଜିଳ୍ଲାପାଳ ପିଡ଼ି ଡ଼ିଆରଡ଼ିଏ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଭିନ୍ନ ବର୍ଗର ନାଗରିକ ସଂଗଠନ , ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ଓ ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହାସହ ପାରମ୍ପାରିକ ଗୋଟିପୁଅ, ନାଗା ମେଢ ଓ ଓଡ଼ିଶୀ ନୃତ୍ୟ ଆଦି ଦେଖିବାକୁ ମିଳିଥିଲା । ଏହା ସହ ପାଲା, ଦାଶକାଠିଆ , ସଂକିର୍ତନ ଆଦି ପରିବେଶଣ କରାଯାଇ ବଡ଼ଦାଣ୍ଡରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମକୁ ନେଇ ସହରବାସୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟ ଢେର ସାରା ଉତ୍ସାହ ଦେଖିବାକୁ ମିଳିଛି ।



from Kanak News https://ift.tt/31mXrfH https://ift.tt/2YP1cwQ
ବଡଦାଣ୍ଡ ମହୋତ୍ସବରେ ଦୁଲୁକିଲା ପୁରୀ: ପାରମ୍ପରିକ ନୃତ୍ୟ ସହ ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଚିତ୍ରାଙ୍କନ ଓ ଝୋଟି ଅଙ୍କନ Kanak News ବଡଦାଣ୍ଡ ମହୋତ୍ସବରେ ଦୁଲୁକିଲା ପୁରୀ: ପାରମ୍ପରିକ ନୃତ୍ୟ ସହ ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଚିତ୍ରାଙ୍କନ ଓ ଝୋଟି ଅଙ୍କନ Kanak News Reviewed by SUBHENDU BARAL on August 03, 2019 Rating: 5

No comments:

Powered by Blogger.