ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ଆହତ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର ୩|୮: ଜମ୍ମୁ କଶ୍ମୀରର ବାରମୁଲ୍ଲା ଜିଲ୍ଲା ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମଲମାପାନପୋରା ଅଂଚଳରେ ଆତଙ୍କବାଦୀମାନେ ଲୁଚି ଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସଜାଗ ହୋଇଛନ୍ତି । ଆତଙ୍କବାଦୀମାନେ ସୁରକ୍ଷାବାହିନୀକୁ ଦେଖି ଗୁଳିବର୍ଷା ଆରମ୍ଭ କରିଥିବା ବେଳେ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି ।

ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବାବେଳେ ଯବାନମାନେ ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଜଣେ ଜବାନ ଆହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

 ଗତକାଲି ସୋପିଆନ ଜିଲ୍ଲାର ପାଣ୍ଡୁସନ୍ ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଏନକାଉଣ୍ଟର ଗୁରୁବାର ରାତିଠାରୁ ଆରମ୍ଭ ହୋଇଯାଇଥିଲା । ପାଣ୍ଡୁସନ ଅଂଚଳରେ ପ୍ରାୟ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବାହିନୀର ଯବାନମାନଙ୍କୁ ସୂଚନା ମିଳିଥିଲା । 



from Prameya News7 https://ift.tt/2YCwOFx
ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ଆହତ, ଜଣେ ଆତଙ୍କବାଦୀ ନିହତ ସାପୋର ଘାଟିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ଆହତ, ଜଣେ ଆତଙ୍କବାଦୀ ନିହତ Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.