ଭୁବନେଶ୍ୱର: ପୁଲିସ୍ ପାଇଁ ସୁରକ୍ଷା ମାଗି ବିବାଦୀୟ ହୋଇପଡ଼ିଥିବା ଓଡ଼ିଶା ପୁଲିସ୍ ଅଫିସର୍ସ ସଂଘ ସଭାପତି ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ର ପ୍ରତିବାଦ ସ୍ୱରୂପ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍ ପାଇଁ ସୁରକ୍ଷା ଦାବି କରିଥିଲା ସଂଘ। ଏହି ଘଟଣାକୁ ନେଇ ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି।
ଡାକ୍ତରଙ୍କୁ ସୁରକ୍ଷା ପରି ପୁଲିସ୍ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଉ ଏବଂ ଏଥତ୍ପାଇଁ ସ୍ୱତନ୍ତ୍ର ଆଇନ୍ ହେଉ ବୋଲି ସଂଘ ଦାବି କରିଥିଲା।
ଗତ କିଛିଦିନ ତଳେ ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ।
ସୂଚନାଥାଉ କି, ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି। ନାବାଳକ ମୃତ୍ୟୁକୁ ନେଇ ନେଇ ଲଙ୍କାକାଣ୍ଡ ପରେ ଆଇଆଇସି ପ୍ରଭୁ କଲ୍ୟାଣଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ଏସ୍ପି ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ବଦଳି କରାଯାଇଛି।
from OTV Khabar. https://ift.tt/2Khc3pE
No comments: