ମାଙ୍ଗାଲୋର ୩୧|୭: ମିଳିଲା ନିଖୋଜ କାଫେ କଫି ଡେ ସିସିଡି ମାଲିକ ବି.ଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଙ୍ଗାଲୋର ପାଖରେ ଥିବା ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କଲେ କୋଷ୍ଟଗାର୍ଡ ।
ସୋମବାର ସଂଧ୍ୟାରେ ନେତ୍ରାବତୀ ନଦୀ ପାଖରେ ଥିବା ପୋଲରେ କାର୍ ଛାଡି କୁଆଡେ ଚାଲିଯାଇଥିଲେ । ଘଣ୍ଟାଏ ପର୍ଯ୍ୟନ୍ତ ନଫେରିବାରୁ ଡ୍ରାଇଭର ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ନପାଇବାରୁ ପରିବାର ଓ ପୋଲିସକୁ ଖବର ଦେଇଥିଲେ ।
କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ନଦୀ ପୋଲରୁ ତଳକୁ ଡେଇଁଥିବା ସେମାନେ ଦେଖିଛନ୍ତି । ସେହି ଅନୁସାରେ ପୋଲିସ, ହେଲିକ୍ୟାପଟର ଏବଂ କୋଷ୍ଟଗାର୍ଡ ସହାୟତାରେ ଖୋଜାଖୋଜି କରିଥିଲା ପାଖାପାଖି ୨ଶହ ପୋଲିସ ଏହି ତଲାସି ଅଭିଯାନରେ ସାମିଲ ଥିଲେ ।
ସିଦ୍ଧାର୍ଥ ନିଖୋଜ ହେବା ପରେ ତାଙ୍କର ଚିଠି ମିଳିଥିଲା । ଯେଉଁଥିରେ ସେ ବୋର୍ଡ ଅଫ୍ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ଥା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା କହିଥିଲେ । ବ୍ୟବସାୟିକ କ୍ଷତିରୁ ମାନସିକ ଚାପରେ ଥିଲେ ସିସିଡି ମାଲିକ ବି.ଜି ସିଦ୍ଧାର୍ଥ । ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସ୍ ଏମ୍ କ୍ରିଷ୍ଣାଙ୍କର ଜ୍ବାଇଁ ।
from Prameya News7 https://ift.tt/2GDnd78
No comments: