ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ। ବର୍ଷା ଯୋଗୁ ରାଜଧାନୀର ତଳିଆ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁ ଉପରକୁ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ଖାଲଖମା ଥିବାରୁ ଭୟରେ ଲୋକେ ଯିବା ଆସିବା କରିବାକୁ ଡରୁଛନ୍ତି।
ଗତକାଲି ଲଗାଣ ବର୍ଷା ପ୍ରଭବରେ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ୍, ଭିଏସ୍ଏସ୍ ନଗର, ବରମୁଣ୍ଡା, ରସୁଲଗଡ଼ରେ ରାସ୍ତା ଉପରେ ପାଣି ଜମି ରହିଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।
ମୁଖ୍ୟତଃ ସହରର ତଳି ଅଞ୍ଚଳରେ ଥିବା ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
from OTV Khabar. https://ift.tt/2Y6gqhk
ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ Rajalaxmi Sahoo
Reviewed by SUBHENDU BARAL
on
July 25, 2019
Rating:
No comments: