ସଲାମ୍ ଯବାନ ! ଏଭଳି ଜଣେ ବୀର ଯବାନ୍ ଯେ କହିଥିଲେ,ଯଦି ମୋ ରକ୍ତକୁ ପ୍ରମାଣ କରିବା ପୂର୍ବରୁ ମୋତେ ମୃତ୍ୟୁ ଆସେ ତେବେ ମୁଁ ପ୍ରଥମେ ମୃତ୍ୟୁକୁ ମାରିବି । Kanak News

ଖାଲବାର୍ ମିଶନ୍ ସମୟରେ ଗୋଳାବାରୁଦର ଶବ୍ଦ ମଧ୍ୟରେ “ଭାରତ ମାତା କି ଜୟ” ନାରାରେ ଆଗକୁ ବଢି ଦେଶ ପାଇଁ ସହିଦ୍ ହୋଇଥିବା କ୍ୟାପଟେନ୍ ମନୋଜ କୁମାର ପାଣ୍ଡେଙ୍କ ବଳିଦାନର ଋଣ ଭାରତ କେବେବି ଶୁଝି ପାରିବ ନାହିଁ । ତାଙ୍କ ମଧ୍ୟରେ ଥିଲା ସତ ସିଂହର ବଳ । ଶତ୍ରୁଙ୍କ ଗୁଳିରେ ଗୁରୁତର ହୋଇଥିଲେ ମଧ୍ୟ ଯାହାଙ୍କ ଆଙ୍ଗୁଠି ବନ୍ଧୁକର ଟ୍ରିଗରରୁ ହଟିନଥିଲା । ଯେ ଜୀବନର ଶେଷ ସମୟରେ ମଧ୍ୟ ସାଥିଙ୍କ ଉତ୍ସାହକୁ ବଢାଇବା ପାଇଁ କହିଥିଲେ, ‘ଯଦି ମୋ ରକ୍ତକୁ ପ୍ରମାଣ କରିବା ପୂର୍ବରୁ ମୋତେ ମୃତ୍ୟୁ ଆସେ ତେବେ ମୁଁ ପ୍ରଥମେ ମୃତ୍ୟୁକୁ ମାରିବି ।’ ଯାହାଙ୍କ ପଦେ କଥାରେ ସାଥି ଯବାନ ଭୟ ନାମକ ଶବ୍ଦରୁ କୋଷେ ଦୂରରେ ରହିଥିଲେ । ତେବେ ଆସନ୍ତୁ ଆଜି ଆମେ ଏଭଳି ଜଣେ ବୀର ଯବାନଙ୍କ ବୀଜୟ ଗାଥା ବିଷୟରେ କିଛି ଜାଣିବା ।

୧୯୭୫ ମସିହା ଜୁନ୍ ୨୫ ତାରିଖରେ ଉତ୍ତରପ୍ରଦେଶ ସୀତାପୁରର ରୁଦ୍ଧା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିଥିବା ମନୋଜ କୁମାର ପାଣ୍ଡେ ବାଲ୍ୟକାଳରୁ ହିଁ ଜଣେ ମେଧାବୀ ଛାତ୍ର ଥିଲେ । ପ୍ରତିଦିନ ମା’ଙ୍କ ଠାରୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିଜୟର ଗାଥା ଶୁଣି ସେ ମଧ୍ୟ ବଡ ହେଲେ ନିଜକୁ ଭାରତ ମାତାର ସୁରକ୍ଷାରେ ନିୟୋଜିତ କରିବାକୁ ମନେ ମନେ ଚିନ୍ତା କରିଥିଲେ । ଯାହାଫଳରେ ପ୍ରତିଦିନ ସଅଳୁ ଉଠିବା ଏବଂ କସରତ କରିବାଠାରୁ ଆରମ୍ଭ କରି ପାଠପଢାରେ ମଧ୍ୟ ହେଳା କରୁନଥିଲେ ଏବଂ ଗୋଟିଏ ଶୁଭ ମୁହୂର୍ତ୍ତରେ ତାଙ୍କ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥିଲା ।

ଭାରତୀୟ ସ୍ଥଳସେନାରୁ ତାଙ୍କୁ ଡାକରା ଆସିଯାଇଥିଲା,ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଗଲା, ତୁମେ କାହିଁକି ଭାରତୀୟ ସେନାରେ ନିଜକୁ ସାମିଲ କରିବାକୁ ଚାହୁଁଛୁ? ମନୋଜ ଉତ୍ତରରେ କହିଥିଲେ, “ମୁଁ
ପରମବୀର ଚକ୍ର ଜିତିବାକୁ ଚାହେଁ ।” ଏହି ଗୋଟିଏ ଉତ୍ତର ତାଙ୍କୁ ଗୋରଖା ରାଇଫଲ୍ଡ ୟୁନିଟରେ ଭର୍ତ୍ତି କରାଇଥିଲା ।

ମନୋଜଙ୍କୁ ଖାଲୁବାର୍ ପୋଷ୍ଟ ଜିତିବାର ମିଶନ୍ ଦିଆଯାଇଥିଲା । ଏହି ମିଶନରେ ଶତ୍ରୁଦେଶର ୩ ଟି ବଙ୍କରକୁ ସେ ନିଷ୍କ୍ରିୟ କରି ଦେଇଥିଲେ । ଚତୁର୍ଥ ଏବଂ ବିପଦପୂର୍ଣ୍ଣ ବଙ୍କରକୁ ନିଷ୍କ୍ରିୟ କରିବା ଲକ୍ଷ୍ୟରେ ସେ ଗୁରୁତର ହୋଇଯାଇଥିଲେ । ରକ୍ତରେ ଭିଜିଯାଇଥିଲା ସମ୍ପୁର୍ଣ୍ଣ ଶରୀର କିନ୍ତୁ ମନରେ ଥିଲା ଶତ୍ରୁକୁ ନତମସ୍ତକ କରିବାର ଅଦମ୍ୟ ଇଚ୍ଛା । ତାଙ୍କ ଲକ୍ଷ୍ୟ କେବେବି ଭୁଲ ସାବ୍ୟସ୍ତ ହୋଇନଥିଲା । ସେ ଶତ୍ରୁଙ୍କ ଚତୁର୍ଥ ବଙ୍କରକୁ ମଧ୍ୟ ଅକାମୀ କରିଦେଇଥିଲେ । ଗୁରୁତର ଅବସ୍ଥାରେ ମଧ୍ୟ ତାଙ୍କ ସାହସ ଦେଖିବା ଯୋଗ୍ୟ ଥିଲା । ସେ ନିଜ ସାଥି ଯବାନଙ୍କୁ ଆଗକୁ ବଢି ମିଣନକୁ ପୁରା କରିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ଶତ୍ରୁଙ୍କ ହରାଇବା ଉତ୍ସାହରେ ସେ କେତେବେଳେ ଭାରତମାତା କୋଳରେ ଚିରନିଦ୍ରାରେ ଶୋଇପଡିଲେ ଏହାର ଆଭାସ ତାଙ୍କୁ ରହିଲା ନାହିଁ । ଗୋଟିଏପଟେ ମିଶନ୍ ଜିତି ସାଥି ଯବାନ୍ ମାନେ ତ୍ରିରଙ୍ଗାକୁ ଫର ଫର ଉଡାଉଥିଲେ ଅନ୍ୟପଟେ କ୍ୟାପଟେନ୍ ମନୋଜ “ଜୟ ହିନ୍ଦ”ର ନାରା ଦେଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ସହିଦ୍ ଯବାନଙ୍କୁ ସବୁଦିନ ପାଇଁ ଜୀବିତ ରଖିବା ପାଇଁ ତାଙ୍କୁ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।



from Kanak News https://ift.tt/2Youpug https://ift.tt/2K5vwcW
ସଲାମ୍ ଯବାନ ! ଏଭଳି ଜଣେ ବୀର ଯବାନ୍ ଯେ କହିଥିଲେ,ଯଦି ମୋ ରକ୍ତକୁ ପ୍ରମାଣ କରିବା ପୂର୍ବରୁ ମୋତେ ମୃତ୍ୟୁ ଆସେ ତେବେ ମୁଁ ପ୍ରଥମେ ମୃତ୍ୟୁକୁ ମାରିବି । Kanak News ସଲାମ୍ ଯବାନ ! ଏଭଳି ଜଣେ ବୀର ଯବାନ୍ ଯେ କହିଥିଲେ,ଯଦି ମୋ ରକ୍ତକୁ ପ୍ରମାଣ କରିବା ପୂର୍ବରୁ ମୋତେ ମୃତ୍ୟୁ ଆସେ ତେବେ ମୁଁ ପ୍ରଥମେ ମୃତ୍ୟୁକୁ ମାରିବି । Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.