ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କଲା ପୁଲିସ୍‌ Rajalaxmi Sahoo

ରାୟପୁର: ଛତିଶଗଡ଼ ପୁଲିସ୍‌ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ୨୩୧ ବାଟାଲିୟନର କ୍ୟାମ୍ପ୍‌ ଠାରୁ ମାତ୍ର ୪ଶହ ମିଟର ଦୂରରେ ଆଇଇଡି ପ୍ଲାଣ୍ଟ୍‌ କରାଯାଇଥିଲା। ହେଲେ ପୁଲିସ୍‌ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍‌ପିଏଫ୍‌ର ଏହି କ୍ୟାମ୍ପ  ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍‌ରେ ଅବସ୍ଥିତ।

ଦୁଇଟି ଶକ୍ତିଶାଳୀ ଆଇଇଡିକୁ ପୁଲିସ୍‌ ଅକାମି କରିଛି।  ଗୋଟିଏର ଓଜନ ୨କେଜି ଏବଂ ଅନ୍ୟଟି ୫ କେଜି ବିଶିଷ୍ଟ ଥିଲା ବୋଲି ଜଣାପଡ଼ିଛି। ଯାହାକି ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି।



from OTV Khabar. https://ift.tt/2JVXyaX
ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କଲା ପୁଲିସ୍‌ Rajalaxmi Sahoo ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କଲା ପୁଲିସ୍‌ Rajalaxmi Sahoo Reviewed by SUBHENDU BARAL on July 22, 2019 Rating: 5

No comments:

Powered by Blogger.