ବାଇକ୍‌ରେ ବୁଲୁଛି ପୁଲିସ୍‌; ଏଣିକି ଖସି ପାରିବେନି ଲୁଟେରା Rajalaxmi Sahoo

ବ୍ରହ୍ମପୁର: ଅପରାଧ ରୋକିବାକୁ ପୁଲିସ୍‌ର ନିଆରା ପ୍ରୟାସ। ଚେନ୍‌ ଲୁଟେରାଙ୍କ ସମେତ ବିଭିନ୍ନ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ୨୪ ଘଣ୍ଟିଆ ବାଇକ୍ ପାଟ୍ରୋଲିଂ ଆରମ୍ଭ ହୋଇଛି। ବ୍ରହ୍ମପୁର ସହରରେ ଏହି ନିଆରା ପ୍ରୟାସ ଆରମ୍ଭ ହୋଇଛି।

ବାଇକ୍‌ ପାଟ୍ରୋଲିଂ ମାଧ୍ୟମରେ ପୁଲିସ୍‌ ଗଳିକନ୍ଦି ବୁଲି ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିବ। ଖାଲି ଏତିକି ନୁହେଁ ମାଇକ୍‌ ଦ୍ୱାରା ବ୍ରହ୍ମପୁର ସହରର ବିଭିନ୍ନ ଛକରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଗୋଟିଏ ପାଟ୍ରୋଲିଂ ଗାଡ଼ିରେ ୨ଜଣ ସିପାହୀ ନିୟୋଜିତ ହୋଇଛନ୍ତି। ଏମାନେ ସାଧା ପୋଷାକରେ ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବେ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ର ଏଭଳି ପଦକ୍ଷେପକୁ ସହର ବାସିନ୍ଦା ସ୍ୱାଗତ କରିଛନ୍ତି।



from OTV Khabar. https://ift.tt/2Ysu1Pn
ବାଇକ୍‌ରେ ବୁଲୁଛି ପୁଲିସ୍‌; ଏଣିକି ଖସି ପାରିବେନି ଲୁଟେରା Rajalaxmi Sahoo ବାଇକ୍‌ରେ ବୁଲୁଛି ପୁଲିସ୍‌; ଏଣିକି ଖସି ପାରିବେନି ଲୁଟେରା Rajalaxmi Sahoo Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.