
କନକ ବ୍ୟୁରୋ : ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆହୁରି ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପର ପ୍ରଭାବ ଏବଂ ମୌସୁମୀ ସକ୍ରିୟ ରହିଥିବା ଯୋଗୁଁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ପ୍ରାୟ ୨୧ ଟି ଜିଲ୍ଲାରେ ବର୍ଷା ଲାଗି ରହିବ । ଆଜି ସନ୍ଧ୍ୟା ଯାଏଁ କୋରାପୁଟ , ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, କନ୍ଧମାଳ ଏବଂ ସୋନପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଅରେଂଜ୍ ଆଲର୍ଟ ଜାରି କରାଯାଇଛି ।

from Kanak News https://ift.tt/2Zjbke8 https://ift.tt/2Y7KHfD
No comments: