କଟକରେ ଜଣ୍ଡିସ୍‌ ଆତଙ୍କ Rajalaxmi Sahoo

କଟକ: କଟକ ସହରର ୨୫ ନମ୍ବର ଓ୍ୱାର୍ଡରେ ଜଣ୍ଡିସ୍‌ ଆତଙ୍କ। କେଶରପୁର, କଂସେଇ ଗଳି, ଆଖଡ଼ା ଗଳିରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି।  ଏହି ଅଞ୍ଚଳରେ ୮ରୁ ୧୦ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।

ଜଣ୍ଡିସ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଲୋକେ ମେଡିକାଲ୍‌ ନ ଯାଇ ଝଡ଼ାଫୁଙ୍କା କରୁଥିବା ନଜରକୁ ଆସିଛି। ଦୂଷିତ ପାଣି ଯୋଗୁ ଜଣ୍ଡିସ୍‌ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ପାଇପ୍‌ ମରାମତି କରାଯିବା ସହ ବ୍ଲିଚିଂ ପାଉଡର ପକାଯାଉଛି। ସିଏମ୍‌ସି ପକ୍ଷରୁ ଲୋକଙ୍କୁ ହାଲୋଜେନ ଟାବ୍‌ଲେଟ୍‌ ଦିଆଯାଇଥିବା ସିଏମ୍‌ସି କମିଶନର କହିଛନ୍ତି।



from OTV Khabar. https://ift.tt/2YGpGbz
କଟକରେ ଜଣ୍ଡିସ୍‌ ଆତଙ୍କ Rajalaxmi Sahoo କଟକରେ ଜଣ୍ଡିସ୍‌ ଆତଙ୍କ Rajalaxmi Sahoo Reviewed by SUBHENDU BARAL on July 30, 2019 Rating: 5

No comments:

Powered by Blogger.