ତୃପ୍ତି ହୋଟେଲ ମାଲିକଙ୍କଠାରୁ ଲୁଟ୍ ଉଦ୍ୟମ, ମାଲିକ ବୁଲୁ ସାମନ୍ତରାୟଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର ୩୧|୭: ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଲୁଟ୍‌ ଉଦ୍ୟମ କରିଥିଲେ । ଲୁଟ୍ ଉଦ୍ୟମ ସମୟରେ ଲୁଟେରାମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ହୋଟେଲ ମାଲିକ ବୁଲୁ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବୁଲୁ ହୋଟେଲ ବନ୍ଦ କରି ଘରକୁ ଯାଉଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ବୁଲୁ ଘର ନିକଟରେ ପହଞ୍ଚି ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ । ହେଲେ ଚେନ୍‌ ମୋଟା ଥିବାରୁ ଛିଣ୍ଡି ନଥିଲା । ଫଳରେ ଲୁଟେରାମାନେ ବୁଲୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ସେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ନିକଟରେ ଛାତ ଉପରେ ଥିବା କିଛି ଯୁବକ ଏକ କାଠ ଫାଳିଆ ଫିଙ୍ଗିଥିଲେ । କାଠ ଫାଳିଆଟି ଲୁଟେରାଙ୍କ ହାତରେ ବାଜିଥିଲା । ଫଳରେ ଖଣ୍ଡାଟି ତଳେ ପଡି ଯାଇଥିଲା । ଏହାପରେ ପଡ଼ୋଶୀମାନେ ସାହସ ଜୁଟାଇ ବୁଲୁଙ୍କ ନିକଟକୁ ଯାଇଥିଲେ । ଲୋକଙ୍କୁ ଦେଖି ଲୁଟେରାମାନେ ଫେରାର ହୋଇଯାଇଥିଲେ । ବୁଲୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/2Mtw9zU
ତୃପ୍ତି ହୋଟେଲ ମାଲିକଙ୍କଠାରୁ ଲୁଟ୍ ଉଦ୍ୟମ, ମାଲିକ ବୁଲୁ ସାମନ୍ତରାୟଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ ତୃପ୍ତି ହୋଟେଲ ମାଲିକଙ୍କଠାରୁ ଲୁଟ୍ ଉଦ୍ୟମ, ମାଲିକ ବୁଲୁ ସାମନ୍ତରାୟଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ Reviewed by SUBHENDU BARAL on July 30, 2019 Rating: 5

No comments:

Powered by Blogger.