କଟକ: କଟକରେ ପୁଣି ସାଇକୋ କିଲର୍ ଆତଙ୍କ। ଗତକାଲି ରାତିରେ ଯୋବ୍ରା ମଲା ସାହିରେ ଜଣେ ମହିଳାଙ୍କ ବେକକୁ କେହି ଦୁର୍ବୃତ୍ତ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନ୍ଧ୍ୟା ତରାଇ।
ସୂଚନା ଅନୁସାରେ, ଘର ବାହାରେ ସନ୍ଧ୍ୟା ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ସ୍କାର୍ଫ ଘୋଡ଼ାଇ ହୋଇ ଆସିଥିଲେ। ପରେ ତାଙ୍କ ବେକକୁ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପାଟି କରିବା ପରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ।
ଆହତ ମହିଳାଙ୍କୁ କଟକ ବଡ଼ ମେଡିକାଲ୍ରେ ଚିକିତ୍ସା ପରେ ଛଡ଼ା ଯାଇଛି।
ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଗତ କିଛି ଦିନ ଧରି କଟକରେ ସାଇକୋ କିଲର ଆତଙ୍କ ଜାରି ରହି ଥିବାରୁ ଗତକାଲିର ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳି ଯାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସିଲଭର୍ ସିଟି ମର୍ଡର ମିଷ୍ଟ୍ରିର ମିଳିଲା ସୁରାକ୍
from OTV Khabar. https://ift.tt/2Zgx2iF
No comments: