ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ Pradesh Pratyush

ମାଲକାନଗିରି ( ଜିତେନ୍ଦ୍ର ବେଉରା) :  ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରୁଥିବା ନେଇ ପୋଷ୍ଟର ଲଗାଯାଇଛି।

ଓଡ଼ିଶା ସୀମାନ୍ତ ଆନ୍ଧ୍ରର ରୁଡକୋଟାରେ ଏକ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଛି। ଏହିଠାରେ ହିଁ ଆଦିବାସୀ କମିଟି ନାଁରେ ଏଭଳି ପୋଷ୍ଟର ଲାଗିଛି। ମାଓ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାଧାରଣ ଲୋକଙ୍କ ନାଁ ମଧ୍ୟ ପୋଷ୍ଟରରେ ରହିଛି।  ମାଓ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ମାରିଥିବା ଉଲ୍ଲେଖ ରହିଛି।  ତାସହ ମାଓବାଦୀଙ୍କୁ ବିରୋଧ କରି ପୋଷ୍ଟର ଲଗାଯାଇଛି।

ଏପଟେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବା ବେଳେ ପୋଷ୍ଟର ଓ ବ୍ୟାନର ଲଗାଇ ସାଧାରଣ ଲୋକଙ୍କୁ ସାମିଲ ପାଇଁ ଆହ୍ୱାନ ଦେଇଛନ୍ତି।



from OTV Khabar. https://ift.tt/2GDiLFD
ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ Pradesh Pratyush ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ Pradesh Pratyush Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.